Categories: ଜାତୀୟ

ଚଳିତ ମାସରେ ଆମେରିକା ଗସ୍ତ କରିପାରନ୍ତି ମୋଦି: ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେବ ମୋଦିଙ୍କ ସହ ପ୍ରଥମ ସାକ୍ଷାତ

ନୂଆଦିଲ୍ଲୀ,୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଯାଇ ପାରନ୍ତି । ସେପ୍ଟେମ୍ବର ୨୩-୨୪କୁ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇ ନ ଥିବା ବେଳେ ଏଏନ୍‌ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଦି ଚଳିତ ମାସ ମଧ୍ୟଭାଗରେ ଆମେରିକା ଗସ୍ତ କରିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ବାର୍ଷିକ ଉଚ୍ଚ ସ୍ତରୀୟ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୋଗ ଦେବାକୁ ନ୍ୟୁୟର୍କ ଯିବେ । ଭାରତ ଜାତିସଂଘ ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ରହିଛି । ଏହାର ଏକ ମାସିଆ ଅଧ୍ୟକ୍ଷତା ଗତ ମାସରେ ଶେଷ ହୋଇଛି । ସୂଚନାଯୋଗ୍ୟ, ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଗସ୍ତ ହେବ । ଏହାପୂର୍ବରୁ ୨୦୧୯ରେ ସେ ଆମେରିକା ଗସ୍ତ କରିଥିଲେ ।

Share