Categories: ଜାତୀୟ

ପ୍ରଧାନ ବିଚାରପତିଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୨।୧:ସୁପ୍ରିମକୋର୍ଟ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଉପରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱ ଦେଉଥିବାରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସିଜେଆଇ ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ। ଏଥିପାଇଁ ଟେକ୍‌ନୋଲୋଜିର ବ୍ୟବହାର ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ। ଏହା ପ୍ରଶଂସନୀୟ ଚିନ୍ତାଧାରା, ଯାହା ଯୁବପିଢ଼ିଙ୍କ ସମେତ ଜନସାଧାରଣଙ୍କ ପାଇଁ ସହାୟକ ହେବ ବୋଲି ମୋଦି ଟୁଇଟ୍‌ କରିଛନ୍ତି।

Share