Categories: ଜାତୀୟ

ଉଜ୍‌ବେକିସ୍ତାନରେ ମୋଦି

ନୂଆଦିଲ୍ଲୀ,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଟ୍‌ରେ ଯୋଗଦେବା ଲାଗି ଗୁରୁବାର ଉଜ୍‌ବେକିସ୍ତାନର ସମରକନ୍ଦ ସହରରେ ପହଞ୍ଚିଛନ୍ତି। ଏସ୍‌ସିଓ ସମିଟ୍‌ରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସମେତ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୋଗଦେବେ। ଅନ୍ୟପକ୍ଷେ ୨୦୨୦ରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଶୁକ୍ରବାର ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।
ଏସ୍‌ସିଓ ସମିଟ୍‌ରେ ବିଭିନ୍ନ ଆଞ୍ଚଳିକ, ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ ଉଜ୍‌ବେକିସ୍ତାନ ଗସ୍ତରେ ଯିବା ପୂର୍ବରୁ କହିଛନ୍ତି। ଏଥିସହିତ ସାଂଘାଇ ସହଯୋଗ ସଂଗଠନର ସମ୍ପ୍ରସାରଣ ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ। ଏସ୍‌ସିଓରେ ବହୁବିଧ ସହଯୋଗ ବଢ଼ାଇବା ଉପରେ ସେ ମତ ବିନିମୟ କରିବେ ବୋଲି ମୋଦି କହିଛନ୍ତି।

Share