ଜାପାନରେ ଫୁମିଓ କିଶିଦାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ହିରୋସିମାରେ ପହଞ୍ଚିଛନ୍ତି। ଜି-୭ ବୈଠକରେ ଯୋଗଦେବା ପୂର୍ବରୁ ସେ ଫୁମିଓଙ୍କୁ ଭେଟି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହି ସମୟରେ ସେ ବିଶ୍ୱକୁ ଶାନ୍ତି ବାର୍ତ୍ତା ମଧ୍ୟ ଦେଇଥିଲେ।

ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଉନ୍ମୋଚନ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ସମସ୍ତେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅନୁସରଣ କରିବା ଏବଂ ବିଶ୍ୱ କଲ୍ୟାଣ ପଥରେ ଚାଲିବା ଉଚିତ୍‌। ମହାତ୍ମା ଗାନ୍ଧୀଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Share