ସାଧାରଣତନ୍ତ୍ର ଦିବସରେ ମୋଦି ପିନ୍ଧିଲେ କମଳା ରଙ୍ଗର ପଗଡ଼ି: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସରେ ପଗଡି ବାନ୍ଧିବାର ପରମ୍ପରାକୁ ବଜାୟ ରଖିଛନ୍ତି । ଚଳିତବର୍ଷ ଗଣତନ୍ତ୍ର ଦିବସ ଅବସରରେ ସେ କମଳା ରଙ୍ଗର ପଗଡି ପିନ୍ଧିଥିବା ଦେଖାଯାଇଛି । ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରେ ମୋଦି ପାରମ୍ପାରିକ କୁର୍ତ୍ତା ପାଇଜାମା ଓ ଜ୍ୟାକେଟ ପିନ୍ଧିବା ସହ କାନ୍ଧରେ ସଲ ଓ ମୁଣ୍ଡରେ କମଳା ରଙ୍ଗର ପଗଡ଼ି ପିନ୍ଧି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳରେ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଗଣତନ୍ତ୍ର ଦିବସ ସମାରୋହ ପାଇଁ ମୋଦି ଗୁଜରାଟ ଜାମନଗରର ବିଶେଷ ପଗଡ଼ି ପିନ୍ଧିଥିବା ଦେଖାଯାଇଛି । ନ୍ୟୁଜ ଏଜେନ୍ସି ଏଏନ୍‌ଆଇର ସୂଚନା ମୁତାବକ ଏହି ପଗଡ଼ି ଜାମନଗର ରାଜ ପରିବାର ପକ୍ଷରୁ ମୋଦିଙ୍କୁ ଉପହାର ଆକରରେ ଦିଆଯାଇଛି । ମୋଦି ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଭିନ୍ନ ଭିନ୍ନ ପ୍ରକାର ପଗଡ଼ି ପିନ୍ଧିଥିବା ନଜର ଆସୁଛନ୍ତି । ଗତବର୍ଷ ସେ ବାନ୍ଧଣୀ ପଗଡ଼ି ପିନ୍ଧିଥିଲେ । ଯାହା ଅଣ୍ଟା ପର୍ଯ୍ୟନ୍ତ ଥିଲା । ସେଥିରେ କମଳା ରଙ୍ଗ ସହ ହଳଦିଆ ରଙ୍ଗ ବି ଥିଲା । ୨୦୧୫ରୁ ଆଜି ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସରେ ମୋଦି ଅଲଗା ଅଲଗା ବିଶେଷ ଧରଣର ପଗଡ଼ି ପିନ୍ଧିଥିବା ଦେଖାଯାଇଛି ।

Share