Categories: ଜାତୀୟ

ଆମେ ୧୩୦ କୋଟି ଲୋକ ନିଜ ପରିଶ୍ରମ ବଳରେ କରୋନାକୁ ଜିତିବା: ମୋଦି

ନୂଆଦିଲ୍ଲୀ,୧୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମହାମାରୀକୁ ନେଇ ଏକ ସମିକ୍ଷା ବୈଠକ କରିଥିଲେ । ଏହି ଅବସରରେ ମୋଦି କହିଛନ୍ତି ଆମେ ୧୩୦ କୋଟି ଲୋକ ନିଜର ପରିଶ୍ରମ ବଳରେ କରୋନା ମହାମାରୀଠାରୁ ନିଶ୍ଚିତ ଭାବେ ବିଜୟୀ ହେବା । ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ମହାମାରୀ ସହ ଭାରତର ଲଢେଇ ଏବେ ତୃତୀୟ ବର୍ଷରେ ପ୍ରବେଶ କରିଛି । ପରିଶ୍ରମ ଆମର ଏକମାତ୍ର ପଥ ଓ ବିଜୟ ଆମର ଏକମାତ୍ର ବିକଳ୍ପ । ତେଣ୍ରୁ ପରିଶ୍ରମ ବଳରେ ଆମେ ନିଶ୍ଚିତ ବିଜୟି ହେବା । ଏବେ ପର୍ଯ୍ୟନ୍ତ ୯୨ ପ୍ରତିଶତ ଲୋକ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିବା ବେଳେ ୭୦ ପ୍ରତିଶତ ଦ୍ୱିତୀୟ ଡୋଜ ନେଇ ସାରିଲେଣି । ସେହିପରି ୩ କୋଟି କିଶୋର ବି ଟିକା ନେଇ ସାରିଲେଣି । ତେଣୁ ଆମେ ସତର୍କ ରହିଲେ କରୋନାଠାରୁ ନିଶ୍ଚିତ ଭାବେ ଜିତି ପାରିବା ।

 

Share