Categories: ଜାତୀୟ

ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି

ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ। ‘ପରୀକ୍ଷା ପେ ଚର୍ଚ୍ଚାର ଆଗାମୀ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ। ଏହି ସମୟରେ ମୋଦି ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରି ଛାତ୍ରମାନଙ୍କୁ ସେମାନଙ୍କର ସମସ୍ତ ସ୍ବପ୍ନ ଏବଂ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବେ। ଏଥିସହ ମାଇଗୋଭ୍‌ରେ(MyGov) ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାୟ ୨୦୫୦ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିପିସି କିଟ୍‌ ପ୍ରଦାନ କରାଯିବ। ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଜାନୁଆରୀ ୧୬ ଓ ୧୭ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଏହାକୁ ସମ୍ବୋଧିତ କରିପାରନ୍ତି। ଭାଜପାର ଜାତୀୟ କାର୍ଯ୍ୟକାରିଣୀ ଦୁଇ ଦିନ ଧରି ଚାଲିବ ଏବଂ ଏଥିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯିବା ନେଇ ଘୋଷଣା ହୋଇପାରେ। ଏଥିସହ ଆଗାମୀ ରାଜ୍ୟ ଓ ବିଧାନସଭା ନିର୍ବାଚନ ପାଇଁ ସଂଗଠନ ରଣନୀତି ମଧ୍ୟ ପ୍ରସ୍ତୁତ କରିବ। ଦଳର ସୂତ୍ର ଅନୁଯାୟୀ, ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ଭାଜପା ନେତା ମନ୍ଥନ କରିବେ। ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

Share