Categories: ଜାତୀୟ

ପରୀକ୍ଷା ପେ ଚର୍ଚ୍ଚା: ୧୦୦୦ ଛାତ୍ରୀଛାତ୍ରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ ।୪: ବୋର୍ଡ ପରୀକ୍ଷା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେବେ । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ଛାତ୍ରୀଛାତ୍ରଙ୍କ ସହ ମୋଦି ଆଲୋଚନା କରିବେ । କାର୍ଯ୍ୟକ୍ରମ ସକାଳ ୧୧ଟାରେ ଆରମ୍ଭ ହେବ ଚଳିତ ବର୍ଷର ଏହା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ୫ମ ସଂସ୍କରଣ ।
ପିଲାମାନଙ୍କ ସହ ସେମାନଙ୍କର ଅଭିଭାବକ ଓ ଶିକ୍ଷକ ଉପସ୍ଥିତ ରହିବେ । କରୋନା ମହାମାରୀ କାରଣରୁ ଗତ ବର୍ଷ ଏହି କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ହୋଇଥିଲା । କରୋନା ମହାମାରୀ ପରେ ଚଳିତ ବର୍ଷ ପ୍ରଥମଥର ଲାଗି ପୂର୍ବପରି ବୋର୍ଡ ପରୀକ୍ଷା କରାଯାଉଛି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକମ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ହେଉଥିବା ଚିନ୍ତା, ସମୟର ସଠିକ ଭାଗବଣ୍ଟା ଓ ଜୀବନରେ ସଫଳାକୁ ନେଇ ଆଲୋଚନା କରିବେ ।

Share