Categories: ଜାତୀୟ

୨୯୬ କିଲୋମିଟର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କଲେ ମୋଦି

କାନପୁର,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିଛନ୍ତି । ଶନିବାର ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୋଦି କାନପୁର ଏୟାର ପୋର୍ଟରେ ପହଞ୍ଚିବା ପରେ ସେଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସେ ସଡ଼କ ପଥରେ ଜାଲୌନ ଯାଇଥିଲେ । ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱାକାଂକ୍ଷି ଯୋଜନା ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ୨ ବର୍ଷ ପୂର୍ବରେ ସେ ଏହାର ଶିଳାନ୍ୟାସ କରିଥିଲେ ।

୨୯୬ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସୱେ ଏବେ ଦିଲ୍ଲୀରୁ ଚିତ୍ରକୂଟ ଯିବାର ସମୟକୁ ଅଧା କରିଦେବ । ଯେତେବେଳେ ଏଥିପାଇଁ ୧୨-୧୪ ଘଣ୍ଟା ସମୟ ଲାଗୁଥିଲା ଏବେ ଏହା ୬ ଘଣ୍ଟାରେ ପହଞ୍ଚିହେବ । କୁହାଯାଉଛି କି ଏହି ଏକ୍ସପ୍ରେସୱେର ଜମି କ୍ରୟ ପାଇଁ ୨୨୦୦ କୋଟି ଟଙ୍କା ଲାଗିଥିବା ବେଳେ ନିର୍ମାଣ ପାଇଁ ୧୪,୮୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଏକ୍ସପ୍ରେସୱେ ଉପରେ ୧୫ରୁ ଅଧିକ ଫ୍ଲାଇଓଭର, ୧୦ରୁ ଅଧିକ ବଡ ପୋଲ, ୨୫୦ରୁ ଅଧିକ ଛୋଟ ପୋଲ, ୬ ଟୋଲ ପ୍ଲାଜା ଓ ୪ଟି ରେଲୱେ ପୁଲ ରହିଛି ।

Share