Posted inଜାତୀୟ

ବିଳମ୍ବରେ ପହଞ୍ଚିବାରୁ ଆଣ୍ଠୁମାଡି ପ୍ରଣାମ କରିବା ସହ କ୍ଷମା ମାଗିଲେ ମୋଦି, ବିନା ଲାଉଡ ସ୍ପିକରରେ ଜନସଭାକୁ କଲେ ସମ୍ବୋଧିତ

ଜୟପୁର,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜସ୍ଥାନର ଆବୁ ରୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ମୋଦିଙ୍କୁ ଦେଖିବାକୁ ଓ ଶୁଣିବାକୁ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ । ସେଠାରେ ମୋଦି ଜନତାଙ୍କୁ ଅଭିବାଦନ ଜଣାଇବା ସହ ବିନା ଲାଉଡ ସ୍ପିକରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ଏହାର କାରଣ ଦର୍ଶାଇ ମୋଦି କହିଥିଲେ, ରାତି ୧୦ଟା ପରେ ମୁଁ ଲାଉଡ ସ୍ପିକର ବ୍ୟବହାର କରି ନିୟମ ଭାଙ୍ଗିବାକୁ ଚାହୁଁନି ।
ମୋଦି କହିଥିଲେ ଏଠାରେ ପହଞ୍ଚିବାକୁ ମୋର ବିଳମ୍ବ ହୋଇଯାଇଛି । ତେଣୁ ମୋର ଆତ୍ମା କହୁଛି ମୁଁ ନିୟମ ଭାଙ୍ଗିବା ଅନୁଚିତ । ଅର୍ଥାତ୍ ରାତି ୧୦ଟା ପରେ ଲାଉଡ ସ୍ପିକର ବ୍ୟବହାର କରିବା ଅନୁଚିତ । ହେଲେ ଆପଣମାନଙ୍କ ଭଲ ପାଇବାକୁ ଦେଖି ମୁଁ କଥା ଦେଉଛି ପୁଣିଥରେ ଏଠାକୁ ଆସିବ ଓ ଆପଣଙ୍କ ଭଲପାଇବାର ଋଣ ସୁଧମୂଳ ସହ ସୁଝିବି ।
ସୂଚନାଯୋଗ୍ୟ, ୨ ବର୍ଷପରେ ରଜସ୍ଥାନ ଯାଇଥିବା ମୋଦିଙ୍କର ଆବୁ ରୋଡରେ ମାତ୍ର ୭ ମିନିଟ ବିଳମ୍ବ ହୋଇଥିଲା । ବିଳମ୍ବରେ ପହଞ୍ଚିବା କାରଣରୁ ବିନା ମାଇକରେ ଜନସଭାକୁ ସମ୍ବୋଧିତ କରିଥିଲେ । ଏହାସହ ମଞ୍ଚଉପରେ ଆଣ୍ଠୁମାଡି ୩ ଥର ପ୍ରଣାମ କରିଥିଲେ । ଏହାପରେ ମଞ୍ଚରୁ ଓହ୍ଲାଇ ଜନତାଙ୍କ ନିକଟକୁ ଆସିଥିଲେ ଓ ଅଭିବାଦନ ଜଣାଇଥିଲେ । ପ୍ରାୟ ୧୦ଟା ୨୫ରେ ସେ ସେଠାରୁ ବାହାରି ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri