Categories: ଜାତୀୟ

ମହାରାଷ୍ଟ୍ର ଗସ୍ତରେ ମୋଦି,ତୁକାରାମ ମନ୍ଦିରର କରିବେ ଉଦ୍‌ଘାଟନ

ମୁମ୍ବାଇ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ର ଗସ୍ତ କରିବେ। ସେଠାରେ ମୋଦି ପୁଣେ ଦେହୁରେ ଥିବା ଜଗତଗୁରୁ ସନ୍ତ ତୁକାରାମ ମହାରାଜଙ୍କ ପ୍ରତିମୂର୍ତ୍ତି ଏବଂ ଶିଳା ମନ୍ଦିରର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମନ୍ଦିର ଉଦ୍‌ଘାଟନ ପରେ ଅପରାହ୍ନ ପ୍ରାୟ ୪.୧୫ ରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ରାଜ ଭବନରେ ଜଲ ଭୂଷଣ ବିଲଡିଂ ଓ ରିଭୋଲ୍ୟୁସନାରୀ ଗ୍ୟାଲେରୀର ଉଦ୍‌ଘାଟନ କରିବେ । ସା ୬ ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ମୁମ୍ବାଇ ସମାଚାରର ଦ୍ବିଶତାବ୍ଦୀ ମହୋତ୍ସବରେ ସାମଲ ହେବେ।

Share