Categories: ଜାତୀୟ

ଦେଶର ପ୍ରଥମ ଓ୍ବାଟର ମେଟ୍ରୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିରୁଭାନନ୍ତପୁରମ୍‌ରେ ଡିଜିଟାଲ ସାଇନ୍ସ ପାର୍କର ମୂଳଦୁଆ ପକାଇବା ସହ କୋଚିରେ ୱାଟର ମେଟ୍ରୋ ତଥା ବିଭିନ୍ନ ପ୍ରକଳ୍ପର ଉ୍‌ଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କହିଛନ୍ତି, କେରଳ ଏକ ସଚେତନ, ବୁଦ୍ଧିମାନ ଏବଂ ଶିକ୍ଷିତ ଲୋକଙ୍କ ରାଜ୍ୟ। ଏଠାରେ ଥିବା ଲୋକଙ୍କ ଶକ୍ତି, ନମ୍ରତା, ପରିଶ୍ରମ ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଆପଣ ସମସ୍ତେ ଦେଶ ତଥା ବିଦେଶର ପରିସ୍ଥିତି ବିଷୟରେ ବହୁତ ଭଲ ଭାବରେ ଜାଣିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,ଆଜି କେରଳ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଟ୍ରେନ ପାଇବା ସହ କୋଚିଙ୍କୁ ଓ୍ବାଟର ମେଟ୍ରୋ ଉପହାର ମିଳିଛି। ସଂଯୋଗୀକରଣ ସହିତ ଆଜି କେରଳର ବିକାଶ ସହ ଜଡିତ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏସବୁ ପାଇଁ କେରଳବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ସହଯୋଗୀ ସଂଘୀୟତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ରାଜ୍ୟର ବିକାଶକୁ ଦେଶର ବିକାଶର ସୂତ୍ର ଭାବରେ ବିବେଚନା କରେ। ଯଦି କେରଳର ବିକାଶ ହୁଏ ତେବେ ଦେଶର ବିକାଶ ତୀବ୍ର ହେବ। ଆମେ ଏହି ସେବା ଭାବନାର ସହିତ କାର୍ଯ୍ୟ କରୁଛୁ। ଗତ ୯ ବର୍ଷ ମଧ୍ୟରେ ଭାରତରେ ସଂଯୋଗ ଭିତ୍ତିଭୂମି ପାଇଁ କାର୍ଯ୍ୟ ଚାଲିଛି। ଚଳିତ ବର୍ଷର ବଜେଟରେ ମଧ୍ୟ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛୁ।

Share