Categories: ଜାତୀୟ

ବର୍ଷେ ବଢ଼ିଲା ‘ର’, ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୭।୫ : ଦେଶର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମୁଖ୍ୟ ସାମନ୍ତ କୁମାର ଗୋୟଲ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବଢ଼ାଇ ଦିଆଯାଇଛି। ର’ ମୁଖ୍ୟ ଗୋୟଲ ଓ ଆଇବି ମୁଖ୍ୟ ଅରବିନ୍ଦଙ୍କ କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ ହେବାର ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆଉ ବର୍ଷେ ବଢ଼ାଇ ଦେଇଛନ୍ତି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି।

Share