କୋଭିଡ୍ ହସ୍ପିଟାଲରେ ନିଆଁ: ୫ମୃତ, ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଗୁଜରାଟର ରାଜକୋଟରେ ଥିବା ଶିବାନନ୍ଦ କୋଭିଡ ହସ୍ପିଟାଲରେ ଗୁରୁବାର ରାତିରେ ନିଆଁ ଲାଗିଯିବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ଅଧିକାଂଶ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜ୍ଞାପନ କରିବା ସହ ଆହତମାନଙ୍କ ଚିକିତ୍ସା ଲାଗି ଯଥା ସମ୍ଭବ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Share