Posted inଜାତୀୟ

ନୂଆ ମନ୍ତ୍ରୀଙ୍କ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲେ ମୋଦି

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ହୋଇଯାଇଛି । ଗୁରୁବାର ନୂଆ ବିଭାଗ ଦାୟିତ୍ୱ ନେଉଥିବା ମନ୍ତ୍ରୀଙ୍କ ପାଇଁ କିନ୍ତୁ ମୋଦି ଲକ୍ଷ୍ମଣ ରେଖା ଟାଣି ଦେଇଛନ୍ତି । ବୁଧବାର କ୍ୟାବିନେଟ ସମ୍ପ୍ରସାରଣ ପରେ ସମସ୍ତ ମନ୍ତ୍ରୀଙ୍କୁ ମୋଦି ନିଜ ବାସଭବନକୁ ଡାକିଥିଲେ । ତେବେ ଶପଥ ନେବା ପୂର୍ବରୁ ମୋଦି ଏମାନଙ୍କୁ ଇସାରା ଦେଇ ସାରିଛନ୍ତି କି ମୋଦିଙ୍କ ଟିମ୍‌ରେ ସାମିଲ ହୋଇଥିବା ମନ୍ତ୍ରୀଙ୍କଠାରୁ ସେ କ’ଣ ଆଶା କରନ୍ତି । କାରଣ ମୋଦି ଛୋଟ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଦାୟିତ୍ୱବୋଧ ଆଶା କରନ୍ତି । ଏବେ ଆଲୋଚନା ହେଉଛି କି ମୋଦି ତାଙ୍କ ମନ୍ତ୍ରୀପରିଷଦର ସଦସ୍ୟଙ୍କ ପାଇଁ ତିନି ତିନୋଟି ଲକ୍ଷ୍ମଣ ରେଖା ଟାଣି ଦେଇଛନ୍ତି । ପ୍ରଥମ ଲକ୍ଷ୍ମର ରେଖା ହେଲା ଭ୍ରଷ୍ଟାଚାରକୁ ବିରୋଧ କରିବା । ନା ଖାଇବେ ନା ଖାଇବାକୁ ଦେବେ । କାରଣ ଭ୍ରଷ୍ଟାଚାର ଯୋଗୁ ହିଁ ଉପା ସରକାର ଭାଙ୍ଗି ଯାଇଥିଲା । ତେଣୁ ମୋଦି ସବୁବେଳେ କୁହନ୍ତି ମୁଁ ଦେଶର ପ୍ରଧାନମନ୍ତ୍ରୀ ନୁହେଁ ବରଂ ପ୍ରଧାନସେବକ ଓ ମୁଁ ଚୌକିଦାର । ଦ୍ୱିତୀୟ ଲକ୍ଷ୍ମଣ ରେଖା ଟାଣିବାକୁ ଯାଇ ମୋଦି କହିଛନ୍ତି ଭାଜପା ପୂର୍ବର ସରକାର କେବଳ ଯୋଜନା କରି ଚାଲିଥିଲେ । ହେଲେ ମୋଦି ସରକାର ଯୋଜନା କରିବା ସହ କେବେ ଏହା ସଫଳ ହେବ ତାହାବି ନିର୍ଦ୍ଧାରିତ କରି ଦେଉଛନ୍ତି । ତେଣୁ ମୋଦି ସରକାର ଉପରକୁ ଯେମିିତି କେହି ଆଙ୍ଗୁଳି ନିର୍ଦ୍ଦେଶ ନ କରେ । ସେହିପରି ତୃତୀୟ ଲକ୍ଷ୍ମଣ ରେଖା ହେଉଛି, ମନ୍ତ୍ରୀ ହେବାର ଖୁସିକୁ ଉତ୍ସବ ମାଧ୍ୟମରେ ପାଳନ ନ କରାଯାଉ । କରୋନା ସମୟରେ ଏହାର ଗାଇଡ୍ ଲାଇନ୍ ମାନି ଚଳିବାକୁ ମୋଦି ପରାମର୍ଶ ଦେଇଛନ୍ତି । ସେହିପରି ଗଣମାଧ୍ୟମଠାରୁ ଯାଥା ସମ୍ଭବ ଦୂରେଇ ରହିବାକୁ ମୋଦି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri