Categories: ଜାତୀୟ

‘ଇଦ୍‌-ଉଲ୍‌-ଫିତର’ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୫: ସମଗ୍ର ଦେଶରେ ଆଜି ଇଦ୍‌-ଉଲ୍‌-ଫିତର ପର୍ବ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ ବଡ ନେତା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି,ଇଦ୍‌-ଉଲ୍‌-ଫିତରର ଶୁଭେଚ୍ଛା। ଏହି ଶୁଭ ଉତ୍ସବ ଆମ ସମାଜରେ ଏକତା ଏବଂ ଭାଇଚାରା ବଢାଉ। ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଇଦ୍‌-ଉଲ୍‌-ଫିତରର ବିଶେଷ ଉତ୍ସବରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପର୍ବ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣୁ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲେଖିଛନ୍ତି, ଇଦ ଶୁଭେଚ୍ଛା। ଏହି ପବିତ୍ର ପର୍ବ ଆମ ସମସ୍ତଙ୍କୁ ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ବନ୍ଧନରେ ବାନ୍ଧି ରଖୁ।

Share