Categories: ଜାତୀୟ

ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟୁଇଟ୍ କରି କହିଛନ୍ତି ମୁଲାୟମ ସିଂ ଯାଦବଙ୍କର ଭାରତୀୟ ରାଜନୀତିରେ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏହାସହ ସେ ମୁଲାୟମଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି । ଏହାସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଟୁଇଟ୍ କରି ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ଶ୍ରୀରାମ ତାଙ୍କୁ ସୁସ୍ଥ ରଖନ୍ତୁ ଓ ଦୀର୍ଘାୟୁ କରନ୍ତୁ ବୋଲି କହିଛନ୍ତି ।

Share