Categories: ଜାତୀୟ

ରମଜାନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ରମଜାନ ମାସ ଆରମ୍ଭ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ରମଜାନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ପବିତ୍ର ମାସ ସମାଜରେ ଏକତା ଏବଂ ଭାଇଚାରାର ଭାବନା ବିକଶିତ କରୁ।
ଆଜିଠାରୁ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ଦେଶରେ ରମଜାନ ଆରମ୍ଭ ହେଉଛି। ଇସଲାମ ଧର୍ମରେ ଏହି ପବିତ୍ର ମାସ ୨୯ କିମ୍ବା ୩୦ ଦିନ ଅଟେ। ଗୋଟିଏ ମାସରେ ଦିନ ସଂଖ୍ୟା ଚନ୍ଦ୍ର ଦେଖିବା ଉପରେ ନିର୍ଭର କରେ।

Share