Posted inଜାତୀୟ

ବିଶ୍ୱର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି,ମମତା, ପୁନାୱାଲା

ନୂଆଦିଲ୍ଲୀ,୧୬ ।୯: ଟାଇମ୍ ମାଗାଜିନର ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲାଙ୍କ ନାମ ସାମିଲ ହୋଇଛି । ପ୍ରତିଷ୍ଠିତ ଟାଇମ୍ ମାଗାଜିନ୍ ବୁଧବାର ଏହି ତାଲିକା ପ୍ରକାଶ କରିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ଚାଇନା ରାଷ୍ଟ୍ରପତି ସି ଜିଙ୍ଗ ପିଙ୍ଗ, ପ୍ରିନ୍ସ ହ୍ୟାରି, ମେଘନ ମାର୍କେଲ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ସାମିଲ ହୋଇଛି । ଏଥିରେ ତାଲିବାନର ସହ ସଂସ୍ଥାପକ ମୁଲ୍ଲା ଅବଦୁଲ ଗନି ବରାଦରଙ୍କ ନାମ ମଧ୍ୟ ରହିଛି । ଭାରତୀୟ-ଆମେରିକା ଖବରଦାତା ଫରିଦ ଜକାରିୟା ମୋଦିଙ୍କ ବିଷୟରେ ଲେଖିଛନ୍ତି, କେଭିଡ-୧୯ ମିସ୍ ମ୍ୟାନେଜମେଣ୍ଡ, ମୃତକଙ୍କ ପ୍ରକୃତ ସଂଖ୍ୟା ଘୋଷଣାଠାରୁ ବହୁ ଅଧିକ ହେବା ଅନୁମାନ କରାଯିବା ପରେ ବି ଲୋକଙ୍କ ନିକଟରେ ତାଙ୍କର ଲୋକପ୍ରିୟତା ସାମାନ୍ୟ କମ୍ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି(ଭାଜପା)ର ଦବଦବା ପରେ ବି ପଶ୍ଚିମବଙ୍ଗରେ ପୁଣିଥରେ ଶାସନ କ୍ଷମତାକୁ ନିଜ ହାତକୁ ଆଣିବା ବଡକଥା । ଅନ୍ୟପଟେ କରୋନା ମହାମାରୀ ସମୟରେ ପୁଣେ ସ୍ଥିତ ଔଷଧ କମ୍ପାନୀ ସିରମ ଇନଷ୍ଟିଚୁୃଟର ସିଇଓ ଅଦାର ପୁନାୱାଲା ଅକ୍ସଫୋର୍ଡର କୋଭିଡ ଭ୍ୟାକ୍ସିନ କୋଭିସିଲ୍ଡର ଭାରତରେ ଏକ୍ସଟ୍ରାଜେନିକା ସହ ମିଶି ଟିକା ପ୍ରସ୍ତୁତ କରିବା ବଡ କଥାଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri