ବିହାରରେ ‘ମେଗା ଭ୍ୟାକ୍ସିନେଶନ ଡ୍ରାଇଭ’

ପାଟନା,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଶୁକ୍ରବାର ବିହାରର ରାଜଧାନୀ ପାଟନାରେ ବି କେତେ ଗୁଡିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଅବସରରେ ସକାଳ ପ୍ରାୟ ୧୧ଟା ୩୦ ମିନିଟରେ ‘ମେଗା ଭ୍ୟାକ୍ସିନେଶନ ଡ୍ରାଇଭ’ର ଶୁଭାରମ୍ଭ କରିବେ । ଚଳିତ ସପ୍ତାହରେ ସେ ଏହାର ଘୋଷଣା କରିଥିଲେ । ରାଜ୍ୟରେ ଗୋଟିଏ ଦିନରେ ୩୦ ଲକ୍ଷ୍ୟ କରୋନା ଭ୍ୟାକ୍ସିନ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ସୂଚନା ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେୟ ଦେଇଛନ୍ତି । ଏହାସହ ଭାଜପା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରସ୍ତୁତି ହାଇଛି ।

Share