ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓ,୨୭।୯: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମୟରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ମୋଦିଙ୍କ ବ୍ୟତୀତ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ୧୦୦ରୁ ଅଧିକ ଦେଶର ପ୍ରତିନିଧି ଜାପାନରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ସିଞ୍ଜୋ ଆବେ ଜାପାନର ଦୀର୍ଘ ସମୟଧରି ପ୍ରଧାନମନ୍ତ୍ରୀ ଥିଲେ। ଜୁଲାଇ ୮ରେ ଏକ ନିର୍ବାଚନ ଇଭେଣ୍ଟରେ ସିଞ୍ଜୋ ଆବେଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।

Share