Categories: ଜାତୀୟ

୮୫ % କମିଶନ ଖାଉଥିବା କଂଗ୍ରେସ କର୍ନାଟକର ଯୁବକଙ୍କ ଭବିଷ୍ୟତ କ’ଣ ଗଢିବ: ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୭।୫: ମେ’୧୦ରେ କର୍ନାଟକ ବିଧାନସଭା ନିର୍ବାଚନ। ଏଥିନେଇ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ଶିବାମୋଗାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଯାହାର ଲକ୍ଷ୍ୟ ଦୁର୍ନୀତି, ସେ କ’ଣ କର୍ନାଟକର ବିକାଶ କରିପାରିବ। ୮୫ ପ୍ରତିଶତ କମିଶନ ଖାଉଥିବା କଂଗ୍ରେସ କର୍ନାଟକର ଯୁବକଙ୍କ ଭବିଷ୍ୟତ ସୃଷ୍ଟି କରିପାରିବ?

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାଜପା ସରକାର ଆମର ପ୍ରାଚୀନ ସଂସ୍କୃତି ଏବଂ ଐତିିହ୍ୟକୁ ନୂତନ ପିଢିକୁ ନେବା ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରୁଛନ୍ତି, କିନ୍ତୁ କଂଗ୍ରେସ ସରକାର ମଧ୍ୟ ଏଥିରେ ରାଜନୀତି କରିଥିଲେ। କଂଗ୍ରେସ ଆମର ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ପ୍ରତ୍ୟେକ ଦିଗକୁ ନଷ୍ଟ କରିଦେଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଶିବାମୋଗାର ଏହି ମାଟିରେ ମୁଁ ସମଗ୍ର କର୍ନାଟକକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ ଦେଇଥିବା ପ୍ରେମ, ଆଶୀର୍ବାଦ କେବେ ଭୁଲିବି ନାହିଁ।

Share