Categories: ଜାତୀୟ

ଉତ୍ତରାଖଣ୍ଡ ବସ୍‌ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍‌ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଏଥିରେ, ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଏହାସହ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ।
ସୂଚନାଯୋଗ୍ୟ, ଯମୁନୋତ୍ରୀ ବୁଲିବା ପାଇଁ ବସ୍‌ରେ ଯାତ୍ରୀମାନେ ଯାଉଥିଲେ। ଯମୁନୋତ୍ରୀ ନ୍ୟାଶନାଲ୍‌ ହାଇଓ୍ବେର ଡାମଟା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୨୦୦ ମିଟର ଗଭୀର ଏକ ଖାଲକୁ ଖସିପଡିଥିଲା। ସୂଚନା ପାଇ ଘଟଣାସ୍ଥଳରେ ଏସ୍‌ଡିଆର୍‌ଏଫ୍‌ କର୍ମଚାରୀ ପହଞ୍ଚି ଉଦ୍ଧା କାର୍ଯ୍ୟ ଜାରି ରଖିଛନ୍ତି। ଏହି ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ସମସ୍ତ ଯାତ୍ରୀ ମଧ୍ୟ ପ୍ରଦେଶର ବୋଲି ସୂଚନା ମିଳିଛି।

 

Share