Categories: ଜାତୀୟ

ଆତଙ୍କବାଦକୁ ଉସକାଉଥିବା ଲୋକଙ୍କ ମଧ୍ୟରେ ଶିକ୍ଷିତ ବି ସାମିଲ: ମୋଦି

ନୂଆଦିଲ୍ଲୀ,୧୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜନଦୀପ ଧନଖଡ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବି ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଭବିଷ୍ୟତକୁ ବଦଳାଇବାକୁ ଦେଶର ଯୁବକଙ୍କ ମଧ୍ୟରେ ଶକ୍ତି ଅଛି । ତେଣୁ ଆପଣମାନଙ୍କୁ ନିଶ୍ଚତ ହେବାର ଅଛି ଯେ ଆପଣ ସମଦସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ନା ସମସ୍ୟାର ଭାଗିଦାର ହେବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଶାସନରେ ରହିବା ଅର୍ଥ ସମ୍ବେଦନଶୀଳ ରହିବା ଜରୁରୀ । ତେବେ ବିଶ୍ୱରେ ଯେଉଁମାନେ ଆତଙ୍କବାଦକୁ ଉସକାଉଛନ୍ତି ସେମାନଙ୍କ ମଧ୍ୟରେ ଶିକ୍ଷିତ ଲୋକ ବି ଅଛନ୍ତି । ସଫଳତା ଅସଫଳତା ଆମର ଭବିଷ୍ୟତ ସ୍ଥିର କରି ନ ଥାଏ । ହେଲେ ଆପଣଙ୍କୁ ନିର୍ଣ୍ଣୟ ନେବାରେ ଭୟ କରିବା ଉଚିତ ନୁହେଁ । ନୂଆ ଶିକ୍ଷା ନୀତିକୁ ନେଇ ମୋଦି କହିଛନ୍ତି ଏହା ପୁରୁଣା ବେଡିକୁ ଭାଙ୍ଗିବା ସହ ବିଦ୍ୟାର୍ଥୀଙ୍କ ନିଜର ସାମର୍ଥ ଦେଖାଇବାର ପୂର୍ଣ୍ଣ ସ୍ୱାଧିନତା ପ୍ରଦାନ କରିଛି । ଦେଶର ଆତ୍ମନିର୍ଭରତା, ଦେଶର କନ୍ୟାଙ୍କ ଆତ୍ମ ବିଶ୍ୱାସ ବିନା ସମ୍ଭବ ନୁହେଁ । ତେବେ ଆସନ୍ତା ୨୫ ବର୍ଷ ପାଇଁ ବିଶ୍ୱ ଭାରତୀର ବିଦ୍ୟାର୍ଥୀ ମିଳିମିଶି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରନ୍ତୁ । ଯେତେବେଳେ ଦେଶ ତା’ର ୧୦୦ତମ ସ୍ୱାଧିନତା ଦିବସ ପାଳନ କରୁଥିବ ସେତେବେଳେ ବିଶ୍ୱ ଭାରତୀର ୨୫ ସବୁଠାରୁ ବଡ ଲକ୍ଷ କ’ଣ ହେବ ତାହା ଏହି ଭିଜନ ଡକ୍ୟୁମେଣ୍ଟରେ ରଖାଯାଇ ପାରିବ ।

Share