ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଏବଂ ଔଷଧ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ଅଛି। ଭାରତକୁ ଏକ ଉତ୍ପାଦନ ହବ୍‌ କରିବା ପାଇଁ ପ୍ରୟାସ କରୁଛି। ତେବେ ଏହି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ୧୦ଟି ବଡ଼ କଥା କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

୧. ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ କରୋନା ମହାମାରୀକୁ ଦୂର କରୁଛି। କରୋନା ଏବଂ ୟୁକ୍ରେନ ସଙ୍କଟ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅନେକ ବାଧା ସୃଷ୍ଟି କରିଛି। ଆମେ ଭାରତକୁ ଏକ ଉତ୍ପାଦନ ହବ୍‌ରେ ପରିଣତ କରିବାକୁ ଚାହୁଁଛୁ।

୨. ଆମେ ଲୋକମାନଙ୍କୁ କେନ୍ଦ୍ରିତ ବିକାଶ ମଡେଲ ଉପରେ ଧ୍ୟାନ ଦେଉଛୁ। ଆମେ ପ୍ରତ୍ୟେକ କ୍ଷେତ୍ରରେ ନବସୃଜନକୁ ସମର୍ଥନ କରୁଛୁ। ଆଜି ଆମ ଦେଶରେ ୭୦୦୦୦ରୁ ଅଧିକ ଷ୍ଟାର୍ଟ ଅପ୍‌ ଏବଂ ୧୦୦ରୁ ଅଧିକ ୟୁନିକର୍ନ ଅଛି।

୩. ଚଳିତ ବର୍ଷ ଭାରତର ଅର୍ଥନୀତି ୭.୫ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମୁଁ ଖୁସି ଯେ, ଆମର ଅର୍ଥନୀତି ଦୁନିଆର ସବୁଠୁ ବଡ଼।

୪. ଭାରତର ସଫଳତାର କାହାଣୀରୁ ଧାରଣା ଏବଂ ଅଭିଜ୍ଞତାର ଆଦାନ ପ୍ରଦାନ ଅନ୍ୟ ଏସ୍‌ସିଓ ସଦସ୍ୟ ଦେଶମାନଙ୍କୁ ନିଜ ଉଦ୍ୟମରେ ସାହାଯ୍ୟ କରିବ।

୫. ଭାରତ ଆଜି ବିଶ୍ୱର ଚିକିତ୍ସା ଏବଂ ସ୍ବାସ୍ଥ୍ୟ ପର୍ଯ୍ୟଟନ ପାଇଁ ସବୁଠାରୁ ସୁଲଭ ସ୍ଥାନରେ। ଏପ୍ରିଲ ୨୦୨୨ରେ ଗୁଜୁରାଟରେ ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ ସେଣ୍ଟର ଫର୍‌ ଟ୍ରାଡିଶନାଲ ମେଡିସିନ ଉଦ୍‌ଘାଟନ ହୋଇଥିଲା।

୬. ବିଶ୍ୱ ଆଜି ଆଉ ଏକ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛି। ଆମ ନାଗରିକଙ୍କ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଆମର ବଡ଼ ଦାୟିତ୍ୱ। ଏହି ସମସ୍ୟାର ଏକ ସମ୍ଭାବ୍ୟ ସମାଧାନ ହେଉଛି ବାଜରା ଚାଷକୁ ପ୍ରୋତ୍ସାହିତ କରିବା।

୭. ବିଶ୍ୱର ଅନେକ ସ୍ଥାନରେ ହଜାର ହଜାର ବର୍ଷ ଧରି ଏହା ଚାଷ କରାଯାଉଛି। ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ଏହା ଏକ ପାରମ୍ପରିକ, ପୁଷ୍ଟିକର ଏବଂ ସ୍ବଳ୍ପ ମୂଲ୍ୟର ବିକଳ୍ପ।

୮. ୨୦୨୩ ବର୍ଷକୁ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ବର୍ଷ ଭାବରେ ପାଳନ କରାଯିବ। ଆମେ ଏସ୍‌ସିଓ ଅଧୀନରେ ଏକ ‘ମିଲେଟ ଫୁଡ୍‌ ଫେଷ୍ଟିଭାଲ’ ଆୟୋଜନ କରିବାକୁ ଚିନ୍ତା କରିବୁ।

୯. ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସମେତ ସାଂଘାଇ ସହଯୋଗ ସଂଗଠନର ଅନ୍ୟ ସଦସ୍ୟଙ୍କ ସହ ଅଂଶଗ୍ରହଣ କରିଛନ୍ତି।

୧୦. ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମଧ୍ୟ କିଛି ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri