Categories: ଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଜୋରଦାର ପ୍ରସ୍ତୁତି, ମୋଦି ଆରମ୍ଭ କଲେ ୨୬ କିଲୋମିଟର ଲମ୍ବା ରୋଡ ଶୋ’

ବେଙ୍ଗାଲୁରୁ,୬।୫: କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ବିଜୟୀ ହେବା ଆଶାରେ ସେମାନଙ୍କ ଶକ୍ତି ଲଗାଇ ଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ଭାଜପା) ବି ପଛରେ ନାହିଁ। ଭାଜପାର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିର୍ବାଚନ ପ୍ରଚାର ଲାଗି ବେଙ୍ଗାଲୁରୁରେ ମେଗା ରୋଡ ଶୋ’ କରିବେ, ଏହା ୨୬ କିଲୋମିଟର ଲମ୍ବା ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ରାଲିରେ ୧୦ ଲକ୍ଷ ଲୋକ ଯୋଗ ଦେଇପାରନ୍ତି। ଏହି ରୋଡ ଶୋ’ ୨୮ଟି ଆସନ ମଧ୍ୟରୁ ୧୯ଟି ବିଧାନସଭା ଅଞ୍ଚଳ ମଧ୍ୟ ଦେଇ ଗତିକରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଶୁକ୍ରବାରଠାରୁ ବେଙ୍ଗାଲୁରୁ ପହଞ୍ଚିଯାଇଛନ୍ତି।

ବେଙ୍ଗାଲୁରୁରେ ଶନିବାର ହେବାକୁ ଥିବା ମୋଦିଙ୍କ ରୋଡ ଶୋ’ ଥିପ୍ପସନ୍ଦ୍ରାରେ କେମ୍ପେ ଗୌଡା ପ୍ରତିମାରୁ ଆରମ୍ଭ ହୋଇଯାଇଛି। ପ୍ରାୟ ୨୬ କିଲୋମିଟର ବାଟ ଅତିକ୍ରମ କରି ଏହି ଶୋ’ବ୍ରିଗେଡ ରୋଡର ଯୁଦ୍ଧ ସ୍ମାରକ ନିକଟରେ ଶେଷ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ଜନତା ପାର୍ଟି ଏହାର ନାମ ‘ନମ୍ମା ବେଙ୍ଗାଲୁରୁ, ନମ୍ମା ହେମ’ ବା ଆମ ବେଙ୍ଗାଲୁରୁ, ଆମର ଗୌରବ ରଖିଛି।

Share