Categories: ଜାତୀୟ

ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ସୋମବାର ଦେବେ ଭୋଟ

ଅହମ୍ମଦାବାଦ,୪।୧୨: ଆସନ୍ତାକାଲି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟଦାନର ଗୋଟି, ଦିନ ପୂର୍ବରୁ ସେ ଗୁଜରାଟରେ ପହଞ୍ଚିଛନ୍ତି। ପ୍ରଥମେ ନରେନ୍ଦ୍ର ମୋଦି ତାଙ୍କ ମା’ ହୀରାବେନଙ୍କୁ ଭେଟିବା ପାଇଁ ଗାନ୍ଧିନଗରରେ ପହଞ୍ଚିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦର ସାବରମତି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ରାନିପାନି ନିଶାନ ବିଦ୍ୟାଳୟରେ ଭୋଟ ଦେବେ। ପ୍ରଧାନମନ୍ତ୍ରୀ ସାବରମତି ବିଧାନସଭା ଆସନର ଭୋଟର। ଏଥି ସହ ତାଙ୍କ ମା’ ହୀରାବେନ ଗାନ୍ଧିନଗରରେ ନିଜର ଭୋଟ ଦେବେ।
ଡିସେମ୍ବର ୫ରେ ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୮ ଟାରୁ ଆରମ୍ଭ ହେବ। ୯୩ଟି ଆସନରେ ମତଦାନ ପ୍ରକ୍ରିୟା ଚାଲିବ। ଏହି ପର୍ଯ୍ୟାୟରେ ମୋଟ ୮୩୩ ଜଣ ପ୍ରାର୍ଥୀ ଅଛନ୍ତି। ସେଥିରେ ଭାଜପା, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ହେଉଛି। ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଶନିବାର ପ୍ରଚାର ପ୍ରକ୍ରିୟା ମଧ୍ୟ ବନ୍ଦ ହୋଇଯାଇଛି।

Share