ଏହି ଦିନ ଚାଷୀଙ୍କ ଖାତାକୁ ଯିବ ୧୬ ତମ କିସ୍ତି, ଜାଣନ୍ତୁ କେଉଁମାନେ ପାଇପାରିବେନି ଲାଭ

ନୂଆଦିଲ୍ଲୀ,୬।୧: ଦେଶର କୋଟି କୋଟି କୃଷକ ଭାରତ ସରକାରଙ୍କ ଉଚ୍ଚାଭିଳାଷୀ ସ୍କିମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ନେଉଛନ୍ତି।ଏହି ଯୋଜନା ଅଧୀନରେ ଭାରତ ସରକାର ଦେଶର ଆର୍ଥିକ ଦୁର୍ବଳ କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ୬ ହଜାର ଟଙ୍କା ଏହି ଆର୍ଥିକ ସହାୟତା ପ୍ରତିବର୍ଷ ତିନୋଟି କିସ୍ତିରେ ଛଡା ଯାଇଥଏ। ପ୍ରତ୍ୟେକ କିସ୍ତି ଅନୁଯାୟୀ, ୪ ମାସ ବ୍ୟବଧାନରେ କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଏ । ସରକାର ଏହି ଯୋଜନାର ମୋଟ ୧୫ କିସ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ୧୫ ତମ କିସ୍ତି ଛାଡିବାର ଏକ ମାସରୁ ଅଧିକ ସମୟ ହୋଇଗଲାଣି। ଏଭଳି ପରିସ୍ଥିତିରେ ଦେଶର କୋଟି କୋଟି କୃଷକ ଉତ୍ସାହର ସହିତ ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ଜାଣିବା କେବେ ସରକାର ୧୬ ତମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇବେ।

ରିପୋର୍ଟ ଅନୁଯାୟୀ, ଭାରତ ସରକାର ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୬ ତମ କିସ୍ତି ଛାଡି ପାରନ୍ତି। ହେଲେ ଏହାକୁ ନେଇ କୌଣସି ସରକାରୀ ସୂଚନା ଜାରି କରାଯାଇନାହିଁ।

ଯେଉଁ କୃଷକମାନେ ପର୍ଯ୍ୟନ୍ତ ସେମାନଙ୍କର ଇ- କଓ୍ବୋଇସି ଯୋଜନା ଅଧୀନରେ କରିନାହାଁନ୍ତି। ସେମାନେ ପରବର୍ତ୍ତୀ ୧୬ ତମ କିସ୍ତିର ଲାଭ ପାଇବେ ନାହିଁ । ଏଭଳି ପରିସ୍ଥିତିରେ କୃଷକମାନେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଯଥାଶୀଘ୍ର କରିବା ଉଚିତ୍‌।

Share