ବାରାଣସୀ,୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀରୁ ଚାଷୀଙ୍କୁ PM କିଷାନ ଟଙ୍କା ପ୍ରଦାନ କରିଛନ୍ତି। ଯୋଗ୍ୟ ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଓଡ଼ିଶାର ପ୍ରାୟ ୩୫ ଲକ୍ଷ ୮୫ ହଜାର ୮୮୧ ଚାଷୀଙ୍କୁ ମିଳିଛି ଏହି କିଷାନ ଟଙ୍କା। ପିଏମ୍ କିଷାନ ନିଧି ଯୋଜନାରେ ବିନା ବ୍ରେକ୍ରେ ଚାଲିଥିବା ପ୍ରଧାନମନ୍ତ୍ରୀ କରିଛନ୍ତି।
ଆଜି ବାରାଣସୀରେ ପିଏମ୍ କିଷାନ ଟଙ୍କା ପ୍ରଦାନ କରିବା ସମୟରେ ପ୍ରଧାନମନ୍ତ୍ରୀ ‘ଅପରେଶନ ସିନ୍ଦୂର’ ବିଷୟରେ ଉଲ୍ଲେଖ କରି ଭାବପ୍ରବଣ ହୋଇ କହିଛନ୍ତି ଯେ, ଏହି ‘ଅପରେଶନ ପରେ ସେ ପ୍ରଥମଥର ପାଇଁ କାଶୀ ଆସିଛନ୍ତି। ସେ କହିଛନ୍ତି, ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ନିରୀହ ନାଗରିକଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ଯୋଗୁ ମୋର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯାଇଥିଲା। “ମୁଁ ସଂକଳ୍ପ ନେଇଥିଲି ଯେ, ମୋ ଝିଅମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବି, ଏବଂ ମହାଦେବଙ୍କ ଆଶୀର୍ବାଦରେ ମୁଁ ସେହି ସଂକଳ୍ପ ପୂରଣ କରିଛି।” ସେ ଭଗବାନ ମହାଦେବଙ୍କ ପାଦରେ ଅପରେଶନ ସିନ୍ଦୂରର ସଫଳତାକୁ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଆତଙ୍କବାଦ ବିରୋଧରେ ତାଙ୍କର କଠୋର ଆଭିମୁଖ୍ୟ ଭାବରେ ଦେଖାଯାଉଛି।


