ଦୀପାବଳି ପୂର୍ବରୁ ଚାଷୀଙ୍କୁ ଖୁସି ଖବର: ଅକ୍ଟୋବର ୩୦ରେ ଖାତାକୁ ଆସିବ PM-କିଷାନର ୨ହଜାର ଟଙ୍କା; ତୁରନ୍ତ ଚେକ କରନ୍ତୁ ଷ୍ଟାଟସ

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-Kisan)ର ୨୪ତମ କିସ୍ତିକୁ ଅପେକ୍ଷା କରିଥିବା ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବହୁତ ଖୁସି ଖବର ଆସିଛି। ଦୀପାବଳିର ପବିତ୍ର ପର୍ୱ ପୂର୍ୱରୁ ସରକାର ୨୪ତମ କିସ୍ତି ପ୍ରଦାନ କରିବାର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୩୦ ଅକ୍ଟୋବର ୨୦୨୬ରେ କେନ୍ଦ୍ର ସରକାର ସାରା ଦେଶର ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (DBT ମାଧ୍ୟମରେ) ୨,୦୦୦ ଟଙ୍କାର କିସ୍ତି ପଠାଇବାକୁ ଯାଉଛନ୍ତି।

ଯଦି ଆପଣ ମଧ୍ୟ ଏହି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କର e-KYC ଏବଂ ବ୍ୟାଙ୍କ ଲିଙ୍କ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି କି ନାହିଁ ତାହା ନିଶ୍ଚିତ କରିନିଅନ୍ତୁ, ଯାହାଫଳରେ ୩୦ ଅକ୍ଟୋବରରେ ଆସିବାକୁ ଥିବା କିସ୍ତି ଆପଣଙ୍କ ଖାତାରେ କୌଣସି ବାଧା ବିନା ପହଞ୍ଚିପାରିବ। ଜାଣନ୍ତୁ କିସ୍ତି ପାଇବା ପାଇଁ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ ଏବଂ ନିଜର ଷ୍ଟାଟସ କିପରି ଯାଞ୍ଚ କରିବେ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର ଯୋଗ୍ୟ ଚାଷୀ ପରିବାରଗୁଡ଼ିକୁ ପ୍ରତିବର୍ଷ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଏହି ରାଶି ୪-୪ ମାସର ବ୍ୟବଧାନରେ ୨,୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ଦିଆଯାଏ। ଜୁନ ୨୦୨୬ରେ ଏହି ଯୋଜନାର ୨୩ତମ କିସ୍ତି ଜାରି କରାଯାଇଥିଲା, ଏବଂ ଏବେ ୩୦ ଅକ୍ଟୋବରରେ ୨୪ତମ କିସ୍ତିର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଚାଷୀଙ୍କ ରେକର୍ଡରେ ତ୍ରୁଟି ଥିବ, ସେମାନଙ୍କ କିସ୍ତି ଅଟକି ଯାଇପାରେ। ତେଣୁ ପୋର୍ଟାଲରେ ନିଜର ଷ୍ଟାଟସ ଯାଞ୍ଚ କରି ଏହି ୪ଟି କାର୍ଯ୍ୟ ତୁରନ୍ତ ସଂଶୋଧନ କରନ୍ତୁ:

e-KYC (ଇ-କେୱାଇସି): ସମସ୍ତ ହିତାଧିକାରୀଙ୍କ ପାଇଁ ଇ-କେୱାଇସି କରିବା ବାଧ୍ୟତାମୂଳକ। ଆପଣ ପିଏମ-କିଷାନ ପୋର୍ଟାଲ (pmkisan.gov.in)କୁ ଯାଇ ଆଧାର OTP ମାଧ୍ୟମରେ, PM-Kisan ଆପରୁ ଫେସ ଅଥେଣ୍ଟିକେସନ ଦ୍ୱାରା କିମ୍ୱା ନିକଟସ୍ଥ CSC କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ଏହାକୁ ସମ୍ପୂର୍ଣ୍ଣ କରିପାରିବେ।

ଲ୍ୟାଣ୍ଡ ସିଡିଂ (Land Seeding): ପୋର୍ଟାଲରେ ଆପଣଙ୍କ କୃଷି ଜମି (ଖତିଆନ/ପଟ୍ଟା)ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ଆବଶ୍ୟକ। ଯଦି ଏହା ପେଣ୍ଡିଂ ଅଛି, ତେବେ ତୁରନ୍ତ ଆପଣଙ୍କ ଅଞ୍ଚଳର ରାଜସୱ ନିରୀକ୍ଷକ (RI) କିମ୍ୱା ତହସିଲ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ।

ଆଧାର ଏବଂ NPCI ବ୍ୟାଙ୍କ ମ୍ୟାପିଂ:ଟଙ୍କା ସିଧାସଳଖ ଡିବିଟି (DBT) ମାଧ୍ୟମରେ ଆସିଥାଏ, ତେଣୁ ଆପଣଙ୍କ ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ ହେବା ଏବଂ NPCI ସହିତ ମ୍ୟାପ ହୋଇଥିବା ଅତ୍ୟନ୍ତ ଜରୁରୀ।

ନାମର ବନାନ (Spelling)ରେ ତ୍ରୁଟି: ଯଦି ଆଧାର କାର୍ଡ ଏବଂ ପିଏମ-କିଷାନ ପଞ୍ଜୀକରଣରେ ଆପଣଙ୍କ ନାମର ବନାନ ଅଲଗା ଅଛି, ତେବେ ପୋର୍ଟାଲର ’Name Correction’ ବିକଳ୍ପ ବ୍ୟବହାର କରି ତାହାକୁ ଠିକ କରନ୍ତୁ।

1. ପ୍ରଥମେ ଅଫିସିଆଲ ୱେବସାଇଟ pmkisan.gov.inଋ଼ କୁ ଯାଆନ୍ତୁ।
2. ହୋମ୍ପେଜ୍ରେ ଥିବା ’Farmers Corner’ ସେକ୍ସନରେ ’Know Your Status’ ଉପରେ କ୍ଲିକ କରନ୍ତୁ।
3. ନିଜର ପଞ୍ଜୀକରଣ ନମ୍ୱର (Registration Number) କିମ୍ୱା ଆଧାର/ମୋବାଇଲ ନମ୍ୱର ଏବଂ କ୍ୟାପ୍ଚା (Captcha) ଦାଖଲ କରି ସବମିଟ କରନ୍ତୁ।
4. ସ୍କ୍ରିନ୍ରେ e-KYC, Land Seeding ଏବଂ Aadhaar Bank Account Linking ଆଗରେ ’Yes’ କିମ୍ୱା ’No’ ଦେଖାଯିବ। ଯଦି ତିନୋଟି ଯାକ ସ୍ଥାନରେ ’Yes’ ଥାଏ, ତେବେ ଆପଣଙ୍କ କିସ୍ତି ବିନା କୌଣସି ବାଧାରେ ଜମା ହୋଇଯିବ।

ଯଦି ଆପଣଙ୍କ ଷ୍ଟାଟସରେ ତିନୋଟି ଯାକ ବିଷୟ ’Yes’ ଅଛି ଏବଂ ତଥାପି ଟଙ୍କା ଆସୁନାହିଁ, ତେବେ ଆପଣ ଏହି ମାଧ୍ୟମଗୁଡ଼ିକରେ ଯୋଗାଯୋଗ କରିପାରିବେ।

Share