ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଟୁଇଟ୍ କରି ହିନ୍ଦୁ ସମ୍ପ୍ରଦାୟଙ୍କୁ ଦୀପାବଳି ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଦୀପାବଳି ହିନ୍ଦୁ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ । ପାକିସ୍ତାନରେ ଥିବା ୪୦ ଲକ୍ଷରୁ ଅଧିକ ହିନ୍ଦୁ ସମ୍ପ୍ରଦାୟ ସେମାନଙ୍କ ରୀତିନୀତି ଅନୁଯାୟୀ ଏହି ଆଲୋକର ପର୍ବକୁ ପାଳନ କରିଥାଆନ୍ତି । ଏହି ଅବସରରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୟାଦ ଚୌଧୁରୀ, ଯୋଜନା ଏବଂ ବିକାଶ ମନ୍ତ୍ରୀ ଅସଦ ଉମର ଓ ମାନବାଧିକାର ମାମଲାର ମନ୍ତ୍ରୀ ଶିରିନ ମଜାରୀ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି ।

Share