Categories: ଜାତୀୟ

୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରି ନାହାନ୍ତି: କଂଗ୍ରେସ…

ନୂଆଦିଲ୍ଲୀ,୩।୯ : ତାଙ୍କ କାର୍ଯ୍ୟକାଳର ଗତ ନଅ ବର୍ଷ ମଧ୍ୟରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଦାବି କରି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି।

କଂଗ୍ରେସ ନେତା ମାଣିକାମ ଟାଗୋର ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ମୋଦି ସାହେବ ପ୍ରଶ୍ନର ଉତ୍ତର ଦେବାକୁ ଚାହାଁନ୍ତି ନାହିଁ। ୯ ବର୍ଷରେ ସେ ସଂସଦରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। ଗଣମାଧ୍ୟମର ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ସେ ଉଚିତ ମଣି ନାହାନ୍ତି।

ଏହି ପୋଷ୍ଟ ସହିତ ସେ ଆଗାମୀ ଅଧିବେଶନ ବିଷୟରେ ସୂଚନା ଦେଇ ଲୋକସଭା ଦ୍ୱାରା ପ୍ରକାଶିତ ବୁଲେଟିନର ଏକ କପି ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି, ସପ୍ତଦଶ ଲୋକସଭାର ତ୍ରୟୋଦଶ ଅଧିବେଶନରେ କୌଣସି ପ୍ରଶ୍ନ କାଳ ହେବ ନାହିଁ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ ରୁ ୨୨ ମଧ୍ୟରେ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ପାଇଁ କେନ୍ଦ୍ର ସରକାର ଡାକରା ଦେଇଛନ୍ତି।

 

Share