ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା ଶିଖିବାକୁ ପ୍ରୟାସ ଜାରି ରଖିଛନ୍ତି । ସୋମବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ସଂକ୍ରମଣ ବଢୁଥିଲେ ବି ଏବେ ଆଉ ମାସ୍କ ପିନ୍ଧିବା ଅବା ସାର୍ବଜନିକ ସ୍ଥାନରେ ଏକ ମିଟର ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ଦେଶରେ ଲକଡାଉନ ସମ୍ପୂର୍ଣ୍ଣ ରୁପେ ଉଠାଇ ଦିଆଯିବ ସେତେବେଳେ କୋଭିଡ କଟକଣା ମାନିବା ବ୍ୟକ୍ତିଗତ ହୋଇଯିବ । ଏହା ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରିବ । ଜୁଲାଇ ୧୯ରେ କୋଭିଡ ପ୍ରତିବନ୍ଧକ ଉଠାଇ ଦେବାକୁ ଥିବା ବେଳେ ଚୁଡାନ୍ତ ନିଷ୍ପତ୍ତି ଜୁଲାଇ ୧୨ରେ ନିଆଯିବ । ସୂଚନାଯୋଗ୍ୟ, ଏବେ ସୁଦ୍ଧା କରୋନା ସଂକ୍ରମଣରେ ବ୍ରିଟେନରେ ୧,୨୮,୦୦୦ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଯାହା ପଶ୍ଚିମ ୟୁରୋପର ସବୁଠାରୁ ଅଧିକ । ଅନ୍ୟପଟେ ଏବେ ଦେଶରେ ଡେଲ୍ଟା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିଲେ ବି ସରକାର ଲକଡାଉନ୍ ଉଠାଇ ଦେବାକୁ ଚିନ୍ତା କରିଥିବା ସୂଚନା ମିଳିଛି । ଏବେ ସାଧାରଣ ଜନତାଙ୍କ ଜୀବନ ସମାନଙ୍କ ହାତରେ ବୋଲି କୁହାଯାଉଉି ।

Share