ମେଡିକାଲ ଛାତରୁ ଖସିଲା ପ୍ଲାଏ

ଭଦ୍ରକ,୩।୯(ସନାତନ ରାଉତ): ଭଦ୍ରକ ଗେଲପୁରସ୍ଥିତ ମହିଳା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ନୂଆ ମେଡିକାଲ ୪ ନଂ ୱାର୍ଡ ଛାତରୁ ଶନିବାର ରାତିରେ ଝଡ଼ ବର୍ଷାର ପ୍ରଭାବରେ ପ୍ଲାଷ୍ଟର ଖସି ପଡିଲା। ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ମହିଳା କିମ୍ବା ଶିଶୁ ବେଡରେ ନ ଥିବାରୁ ବିପଦ ଟଳି ଯାଇଥିଲା। ଏହି ଘଟଣା ପରେ ମେଡିକାଲରେ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ନିକଟରେ କାର୍ଯ୍ୟ ସମ୍ପୂଣ୍ଣର୍ର୍ ହୋଇଥିବା ବେଳେ ଏହି ଦୁର୍ଘଟଣା ପରେ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠୁଛି । ବିଭାଗୀୟ ଅଧିକାରୀ ମୋଟା ଅଙ୍କର ପିସି ନେଇ କାର୍ଯ୍ୟ ସମୟରେ କାର୍ଯ୍ୟର ଯାଞ୍ଚ କରି ନ ଥିବା ବିରୋଧୀମାନେ ଅଭିଯୋଗ ଆଣିଥିବା ବେଳେ ଜିଲା ପ୍ରଶାସନ ଏହାର ତଦନ୍ତ କରୁ ବୋଲି ଦାବି କରିଛନ୍ତି।