ଜୀବନ ବଞ୍ଚାଇବ ପିଏଲ୍‌ଏକ୍ସ-ଆର୍‌୧୮

ଜେରୁଜେଲମ/ମସ୍କୋ/ଓ୍ବାଶିଂଟନ୍‌, ୧୨।୧୦: ୬୦ ବର୍ଷ ପୂର୍ବେ ଆଣବିକ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଯାଇଥିଲା ବିଶ୍ୱ। ପାରମ୍ପରିକ ଶତ୍ରୁ ତଥା ଦୁଇ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆ ଏବଂ ଆମେରିକା ମଧ୍ୟରେ ବିବାଦ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ୧୯୬୨ରେ କାରିବିଆନ ସାଗରରେ ଥିବା ଦ୍ୱୀପଦେଶ କ୍ୟୁବାରେ ରୁଷିଆ ମୁତୟନ କରିଦେଇଥିଲା ନ୍ୟୁକ୍ଲିୟର ଅସ୍ତ୍ର। ଆମେରିକାର ଫ୍ଲୋରିଡା ତଟଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ମସ୍କୋ ଆଣବିକ ଅସ୍ତ୍ର ମୁତୟନ କରି ଆମେରିକାକୁ ଟାର୍ଗେଟରେ ରଖିଥିଲା, ଯାହା କି ‘କ୍ୟୁବା ମିଶାଇଲ କ୍ରାଇସିସ୍‌’ ନାମରେ ଜଣା। ନ୍ୟୁକ୍ଲିୟର ଅସ୍ତ୍ରରେ ଆକ୍ରମଣର ପରିଣାମ ଭଲ ଭାବେ ଜାଣିଥିଲା ଆମେରିକା। ଫଳରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍‌. ଏଫ୍‌. କେନେଡି ଆଲୋଚନା ପାଇଁ ରୁଷିଆକୁ ପ୍ରସ୍ତାବ ଦେଇଥିଲେ। ଏବେ ପୁଣି ଅନୁରୂପ ସ୍ଥିତି ଉପୁଜିବା ଆଶଙ୍କା ଜଳଜଳ। ୟୁକ୍ରେନ୍‌ ଯୁଦ୍ଧକୁ ନେଇ ପୁଣି ଆମେରିକା ଓ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ରୁଷିଆର ତିକ୍ତତା ଚରମରେ ପହଞ୍ଚିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବାରମ୍ବାର ନ୍ୟୁକ୍ଲିୟର ଆକ୍ରମଣର ଧମକ ଦେବା ସହ କେହି ଏହା ଉପରେ ସନ୍ଦେହ କରିବା କଥା ନୁହେଁ ବୋଲି ମଧ୍ୟ ଚେତାଇ ଦେଇଛନ୍ତି। ଯଦି ମସ୍କୋ ସତକୁ ସତ ଆଣବିକ ଆକ୍ରମଣ ଆରମ୍ଭ କରେ ତେବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହା ଭିତରେ ୟୁକ୍ରେନ୍‌ ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଏଥିଜନିତ ବିକିରଣରୁ ରକ୍ଷା ପାଇବା ପାଇଁ ଆଗୁଆ ପ୍ରସ୍ତୁତି କରୁଛନ୍ତି। ନ୍ୟୁକ୍ଲିୟର ଯୁଦ୍ଧ ହେଲେ ରେଡିଏଶନରୁ ବର୍ତ୍ତିବା ଏବଂ ଆକ୍ୟୁଟ ରେଡିଏଶନ ସିଣ୍ଡ୍ରୋମ୍‌(ଏଆର୍‌ଏସ୍‌)ର ଚିକିତ୍ସା ପାଇଁ କ’ଣ କରାଯାଇପାରିବ ତାହା ଏବେ ସର୍ବାଧିକ ଚର୍ଚ୍ଚାରେ।
ବାହାରୁ ଆସୁଥିବା ମିଶାଇଲ ଓ ରକେଟ୍‌ଗୁଡ଼ିକୁ ଆକାଶରେ ନିଷ୍କ୍ରିୟ କରି ସେଗୁଡ଼ିକୁ ଖସାଇଦେବା ପାଇଁ ଇସ୍ରାଏଲର ରାଫେଲ୍‌ ଆଡ୍‌ଭାନ୍ସଡ୍‌ ଡିଫେନ୍ସ ସିଷ୍ଟମ୍‌ ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରି ଅଦ୍ଭୁତ କ୍ଷମତାସମ୍ପନ୍ନ ଆଇରନ୍‌ ଡୋମ୍‌ ନିର୍ମାଣ କରିଛି। ସେହିପରି ଇସ୍ରାଏଲର ଏକ ହାଫିଆ କମ୍ପାନୀ ପ୍ଲୁରି ଇଙ୍କ୍‌ ଦୀର୍ଘ ବର୍ଷ ଧରି ଏଆର୍‌ଏସ୍‌ ଉପରେ ଗବେଷଣା କରି ଏଥିରୁ ରକ୍ଷାପାଇବା ପାଇଁ ଉପାୟ ବାହାର କରିଛି। କେବଳ ଆଣବିକ ଯୁଦ୍ଧ କିମ୍ବା ଆତଙ୍କବାଦୀ ଆକ୍ରମଣ ନୁହେଁ ୧୯୮୬ରେ ୟୁକ୍ରେନ୍‌ର ଚେର୍ନୋବିଲ୍‌ ଦୁର୍ଘଟଣା ଭଳି କୌଣସି ସଙ୍କଟ ସମୟରେ ମଧ୍ୟ ଲୋକେ ବିକିରଣଜନିତ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି। ଇସ୍ରାଏଲର ଉକ୍ତ ପ୍ରମୁଖ ରିଜେନେରେଟିଭ୍‌ ମେଡିସିନ୍‌ କମ୍ପାନୀ ପ୍ଲାସେଣ୍ଟା-ବେସ୍‌ଡ୍‌ ସେଲ୍‌ ଥେରାପି ପାଇଁ ପିଏଲ୍‌ଏକ୍ସ-ଆର୍‌୧୮ ପ୍ରସ୍ତୁତ କରିଛି। ଆଣବିକ ବିକିରଣର ସମ୍ମୁଖୀନ ହେବା ଆଶଙ୍କା ଥିଲେ ଲୋକେ ଏହାକୁ ଇଞ୍ଜେକଶନ ମାଧ୍ୟମରେ ନେଇପାରିବେ। ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି) ଏହାର କ୍ଲିନିକାଲ ପରୀକ୍ଷଣ କରାଇଥିବା ନେଇ ନିକଟରେ ପ୍ଲୁରି ଇଙ୍କ୍‌ ଘୋଷଣା କରିଥିଲା। ପ୍ରାଣୀମାନଙ୍କ ଉପରେ ଏହାକୁ ପ୍ରୟୋଗ କରାଯାଇଛି।
ଅନୁସାରେ ପିଏଲ୍‌ଏକ୍ସ-ଆର୍‌୧୮କୁ ବିକିରଣର ସାମ୍‌ନା କରିବାର ୨୪ ଘଣ୍ଟା ପୂର୍ବରୁ ଏବଂ ଏହାର ୭୨ ଘଣ୍ଟା ପରେ ଲୋକଙ୍କୁ ଦିଆଯିବ। ଏହାଦ୍ୱାରା ସେମାନଙ୍କ ବଞ୍ଚିବା ସମ୍ଭାବନା ବଢ଼ିଯିବ। ପିଏଲ୍‌ଏକ୍ସ-ଆର୍‌୧୮ ମଣିଷ ଶରୀରର ବ୍ଲଡ୍‌ ଲିନେଜ୍‌, ଶ୍ୱେତ ରକ୍ତ କଣିକା, ଲିମ୍ଫୋସାଇଟ୍‌ସ ଆଦିର ମାତ୍ରାକୁ ସନ୍ତୁଳିତ ରଖିପାରିବ। ଏହା ଅସ୍ଥିମଜ୍ଜା କୋଷିକା ସଂଖ୍ୟା ବଢ଼ାଇବା ସହ ବ୍ଲଡ୍‌ ଲିନେଜ୍‌ର ପୁନଃସୃଷ୍ଟି କ୍ଷମତା ବୃଦ୍ଧି କରିପାରିବ। ଲୋକଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହେବାକୁ ଏହା ରୋକିପାରିବ। ଆଣବିକ ଯୁ୍‌ଦ୍ଧ ସମୟରେ ବିଶେଷକରି ସେନା ଏବଂ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ବରଦାନ ପାଲଟିବ ବୋଲି ପ୍ଲୁରି ଇଙ୍କ୍‌ର ମୁଖ୍ୟ ୟାକି ୟାନାୟ କହିଛନ୍ତି। ପିଏଲ୍‌ଏକ୍ସ-ଆର୍‌୧୮ ଆକ୍ୟୁଟ୍‌ ରେଡିଏଶନ ସିଣ୍ଡ୍ରୋମ୍‌ର ଚିକିତ୍ସା ପାଇଁ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେନ (ଏଫ୍‌ଡିଏ)ଠାରୁ ମଞ୍ଜୁରୀ ପାଇସାରିଛି।

ଏଆର୍‌ଏସ୍‌ କ’ଣ

ଆମ ଶରୀର ଅନେକ ସମୟରେ ବିକିରଣ ବା ରେଡିଏଶନ ସଂସ୍ପର୍ଶରେ ଆସିଥାଏ। ମାତ୍ରାଧିକ ବିକିରଣ ଯୋଗୁ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜେ। ବିଶେଷକରି କୌଣସି ନ୍ୟୁକ୍ଲିୟର ପ୍ଲାଣ୍ଟରେ ଦୁର୍ଘଟଣା କିମ୍ବା ଆଣବିକ ଯୁଦ୍ଧ ବେଳେ ବିକିରଣ ଜୀବଜଗତ ପାଇଁ ଘାତକ ହୋଇଥାଏ। କାରଣ ସେତେବେଳେ ରେଡିଏଶନର ମାତ୍ରା ଅତ୍ୟଧିକ ଥାଏ। ଏଥିଯୋଗୁ ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେବା ସହ ମୃତ୍ୟୁ ମଧ୍ୟ ଘଟିଥାଏ। ବିକିରଣଜନିତ ଅସୁସ୍ଥତାକୁ ଆକ୍ୟୁଟ ରେଡିଏଶନ ସିଣ୍ଡ୍ରୋମ୍‌ (ଏଆର୍‌ଏସ୍‌) କୁହାଯାଏ। ଏହା ମୁଖ୍ୟତଃ ୩ ପ୍ରକାରର ହେମାଟୋପୋଏଟିକ୍‌, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏବଂ ନ୍ୟୁରୋ ଭାସ୍କୁଲାର। ଏଆର୍‌ଏସ୍‌ରେ ପୀଡ଼ିତଙ୍କ ଅସ୍ଥିମଜ୍ଜା ଲୋହିତ ରକ୍ତକଣିକା(ଆର୍‌ବିସି), ଶ୍ୱେତ ରକ୍ତ କଣିକା(ଡବ୍ଲ୍ୟୁବିସି), ପ୍ଲେଟ୍‌ଲେଟ୍‌୍‌ ଆଦି ପ୍ରସ୍ତୁତ କରିବା କ୍ଷମତା ହରାଇଥାଏ। ଫଳରେ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଯାଇଥାଏ। ଏଥିଯୋଗୁ ଡିଏନ୍‌ଏ ନଷ୍ଟ ହେବା ଫଳରେ ତାହା ବଂଶାନୁକ୍ରମିକ ରୋଗକୁ ଡାକିଆଣିଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କ ପରପିଢ଼ି ମଧ୍ୟ ଏଥିରୁ ମୁକୁଳିପାରି ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri