ଯୁକ୍ତ ୩ ପିଲା ପଢ଼ିବେ ନୈତିକତା ପାଠ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଯୁକ୍ତ୩ ପାଠ୍ୟ ଖସଡ଼ାରେ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ (Ethics and Values)’ ଶିକ୍ଷାର ଏକ ନୂଆ ପାଠ୍ୟକ୍ରମ ସାମିଲ ହୋଇଛି। ଏହାକୁ ବାଧ୍ୟତାମୂଳକ ବିଷୟ ଭାବେ ରଖାଯାଇଛି। ସମ୍ପୂର୍ଣ୍ଣ ସିଲାବସ୍‌କୁ ୬ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି। ସମସ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ୬ଟି ସେମିଷ୍ଟରରେ ଗୋଟିଏ ଲେଖାଏ ୟୁନିଟ୍‌ ସାମିଲ କରାଯାଇଛି। ପ୍ରତ୍ୟେକ ୟୁନିଟ୍‌ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଯୁକ୍ତ୩ର ପ୍ରତ୍ୟେକ ସେମିଷ୍ଟରରେ ଏକ ୟୁନିଟ୍‌ ହିସାବରେ ସଂଯୁକ୍ତ ହେବ। ଗୋଟିଏ ୟୁନିଟ୍‌ ବିଷୟ ପଢ଼ାଯିବା ପାଇଁ ୧୫ଟି ପିରିୟଡ୍‌ ରହିବ। ଏହି ପାଠ୍ୟଖସଡ଼ାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାଙ୍କଠାରେ ସକାରାତ୍ମକ ଚରିତ୍ର, ସହାନୁଭୂତିଶୀଳ ମଣିଷପଣିଆ, ଦାୟିତ୍ୱପୂର୍ଣ୍ଣ ନାଗରିକବୋଧ ଓ ଅନୁକମ୍ପାର ବିକାଶ କରାଇବା। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ଶିକ୍ଷା ପାଠ୍ୟକ୍ରମର ପ୍ରଥମ ଭାଗକୁ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଉନ୍ମୋଚନ କରିଛନ୍ତି। ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବ୍ୟୁରୋର ବୋର୍ଡରୁମ୍‌ରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବ ଜୀବନରେ ମୂଲ୍ୟବୋଧର ଅବକ୍ଷୟକୁ
ରୋକିବା ନିମନ୍ତେ ଛାତ୍ରୀଛାତ୍ରଙ୍କୁ ନୀତିଶାସ୍ତ୍ର ଓ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରାଯିବା ନିତାନ୍ତ ଜରୁରୀ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଲେ, ଛାତ୍ରୀଛାତ୍ରମାନେ ଏହି ପାଠ୍ୟଖସଡ଼ାର ବହି ନ କିଣି ସମ୍ପୂର୍ଣ୍ଣ ମାଗଣାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ୱେବ୍‌ସାଇଟ୍‌ https://oshec.nic.in ଏବଂ https://vtputkal.odisha.gov.inରୁ ଡାଉନ୍‌ଲୋଡ୍‌୍‌ କରି ପଢ଼ିପାରିବେ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଲେ, ଏହାକୁ ସମାଜତତ୍ତ୍ବ, ରାଜନୀତି ବିଜ୍ଞାନ, ନୃତତ୍ତ୍ବ ତଥା ଇତିହାସର ଅଧ୍ୟାପକମାନେ ମହାବିଦ୍ୟାଳୟରେ ପଢ଼ାଇବେ। ସମସ୍ତ ବିଶ୍ୱବିଦ୍ୟାଳୟ ଏହି ପାଠ୍ୟଖସଡ଼ାକୁ ଅନୁମୋଦନ କରିବା ପରେ ପାଠ୍ୟକ୍ରମରେ ସାମିଲ କରାଯାଇଛି। ମୋଟ ୬ ମଡ୍ୟୁଲ୍‌ରେ ବିଭକ୍ତ ଏହି ସିଲାବସ୍‌ର ପ୍ରଥମ ଭାଗ, ‘Women, Social Institutions and Practices’ର ଆଜି ଉନ୍ମୋଚନ ହୋଇଛି। ଏଭଳି ଅଭିନବ ପାଠ୍ୟଖସଡ଼ା ଉଚ୍ଚଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ସହିତ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶରେ ସହାୟ ହେବ ଓ ଉତ୍ତମ ରାଜ୍ୟଗଠନ ନିମନ୍ତେ ବାଟ କଢ଼ାଇବ ବୋଲି ଅତିଥିମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri