ଭୁବନେଶ୍ୱର,୩।୯(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ପାଇଁ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ୧୩ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ୧୪ ତାରିଖ ସକାଳ ୧୧ଟାରୁ ୧୫ତାରିଖ ରାତି ୧୧ଟା ୪୫ ଭିତରେ ଛାତ୍ରୀଛାତ୍ର ଆବେଦନ ଫର୍ମରେ କିଛି ପରିବର୍ତ୍ତନ ବା ଏଡିଟ୍ କରିବାକୁ ଚାହୁଁଥିଲେ କରିପାରିବେ। ୨୨ତାରିଖ ଅପରାହ୍ନ ୧୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ୨୩ ତାରିଖ ସକାଳ ୯ଟାରୁ ୨୬ତାରିଖ ଅପରାହ୍ନ ୫ଟା ଭିତରେ(ଛୁଟିଦିନ ବ୍ୟତୀତ) ନାମ ଲେଖାଇବେ। ବଳକା ସିଟ୍ରେ ନାମଲେଖା ପାଇଁ ଅକ୍ଟୋବର ୩ ଅପରାହ୍ନ ୨ଟାରେ ପୁନର୍ବାର ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୬ତାରିଖ ଦିନ ନାମଲେଖାଇବେ। ଏପଟେ ଅଗଷ୍ଟ ୨୧ରୁ ଯୁକ୍ତ୩ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସିଟ୍ ପୂରଣ ନ ହେବାରୁ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ନିଷ୍ପତ୍ତି ନେଇଥିଲା। ଏ ନେଇ ଶନିବାର ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ ଚେୟାରମ୍ୟାନ, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର
ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍ ରହିଛି। ସେଥିମଧ୍ୟରୁ ୧,୫୯,୦୫୫ଜଣ ନାମ ଲେଖାଇଥିବାବେଳେ ୧,୧୧,୧୦୮ ସିଟ୍ ଖାଲି ପଡ଼ିଛି। ଏଥିମଧ୍ୟରୁ କଳାରେ ୪୮,୪୫୪, ପଦାର୍ଥ ବିଜ୍ଞାନରେ ୨୬,୫୦୦, ଜୈବ ବିଜ୍ଞାନରେ ୧୨,୩୪୨, ବାଣିଜ୍ୟରେ ୧୭,୦୬୯, ସେଲ୍ଫ ଫାଇନାନ୍ସିଂରେ ୯୮୭ ଏବଂ ସଂସ୍କୃତରେ ୫,୭୫୬ଟି ସିଟ୍ ଖାଲି ପଡ଼ିଛି।
ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ
ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...
‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ
ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...
ଜଙ୍ଗଲରେ ହଜିବାରେ ଲାଗିଛି ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …
ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...
୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…
ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...
‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…
ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...
ଏଇ ଭାରତରେ
କୋଭିଡ୍ ମହାମାରୀ ସମୟରେ ଅନ୍ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...
ପରିବେଶତନ୍ତ୍ରୀ
”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...
ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ
ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...
Archives


