ଓଡ଼ିଶା ହାଇକୋର୍ଟରେ ୨ ନୂଆ ବିଚାରପତି ନିଯୁକ୍ତ

କଟକ,୩ା୯ (କାର୍ତ୍ତିକ ସାହୁ)ଓଡ଼ିଶା ହାଇକୋର୍ଟରେ ୨ ଜଣ ନୂଆ ବିଚାରପତିଙ୍କୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିଯୁକ୍ତି ଦେଇଛି। ସେମାନେ ହେଲେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା। ଏ ସମ୍ପର୍କିତ ବିଜ୍ଞପ୍ତି ପତ୍ର ଓଡ଼ିଶା ହାଇକୋର୍ଟରେ ଶନିବାର ପହଞ୍ଚତ୍ଛି। ଆସନ୍ତା ୫ରେ ସେମାନେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ହାଇକୋର୍ଟ ପକ୍ଷରୁ ଏଥିପାଇଁ ଆୟୋଜନ ଚାଲିଛି। ଅପରପକ୍ଷରେ ସେହିଦିନ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଅବସର ଗ୍ରହଣ କରିବେ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ, ବିଚାରପତି ସଞ୍ଜୟ କିଶାନ କାଉଲ, ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍‌ ହାଇକୋର୍ଟ ନୂତନ ବିଚାରପତି ନିମନ୍ତେ ମିଶ୍ର ଓ ବେହେରାଙ୍କ ନାମ ସୁପାରିସ କରିଥିଲେ। ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉକ୍ତ ସୁପାରିସରେ ସମ୍ମତି ପ୍ରଦାନ କରିଥିଲେ।
୧୯୬୮ ମେ’ ୩ ତାରିଖରେ ଶିବଶଙ୍କର ଜୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ। ଶିବଶଙ୍କର ୧୯୯୧ ଡିସେମ୍ବର ୭ରେ ଓକିଲାତି ନିମନ୍ତେ ନାମ ପଞ୍ଜୀକରଣ କରିଥିଲେ। ତାଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ଏଥିସହ ଦେୱାନୀ, ଫୌଜଦାରି ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ। ସେହିପରି ଆନନ୍ଦ ୧୯୬୪ ମେ’ ୨୩ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡ୍‌ଭାଇଜର ଭାବେ କାର୍ଯ୍ୟରତ ଥିଲେ। ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ୩୩ ହୋଇଥିବାବେଳେ ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୦ଜଣ କାର୍ଯ୍ୟରତ ଅଛନ୍ତି। ଏହି ଦୁଇ ବିଚାରପତି ଶପଥ ଗ୍ରହଣ କରିବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ। ହେଲେ ବିଚାରପତି ବିଶ୍ୱନାଥ ରଥଙ୍କ ଅବସର ପରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୧ରେ ସୀମିତ ରହିବ। ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିପିନ୍‌ ବିହାରୀ ରଥ ଓ ହେମାବତୀ ରଥଙ୍କ ପୁତ୍ର ବିଶ୍ୱନାଥ ୧୯୬୧ ସେପ୍ଟେମ୍ବର ୭ରେ ଜନ୍ମଗ୍ରହଣ କରିଥିଲେ। ପରେ ସେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ୍‌ରେ ଡିଗ୍ରୀ ହାସଲ କରିଥିଲେ। ସେ ୧୯୮୫ରେ ନିଜ ପିତାଙ୍କ ଅଧୀନରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୪ ଜୁଲାଇ ୨ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଯୋଗଦେଇଥିଲେ। ସେ ଓକିଲାତି କରିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିବା ସହ ବିଚାରପତି ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?