କଅଁଳ ହାତରେ ହଳଲଙ୍ଗଳ

କେନ୍ଦୁଝର, ୧୯।୭(ସ୍ବ.ପ୍ର.): ବଳଦ ଓ ଲଙ୍ଗଳ ଦ୍ୱାରା ବିଲରେ ହଳ କରିବା ପିଲା ଖେଳ ନୁହେଁ ବୋଲି ସମସ୍ତେ କୁହନ୍ତି। ବଡ଼ ବଡ଼ ଲୋକମାନେ ମଧ୍ୟ ଲଙ୍ଗଳ ଧରି ଚାଷ କରିପାରନ୍ତି ନାହିଁ। କିନ୍ତୁ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମର ନବ କିଶୋର ନାୟକଙ୍କ ଦୁଇ ନାବାଳକ ପୁଅ ସୌମ୍ୟରଞ୍ଜନ ଓ ଶ୍ରୀନିବାସ ହଳ କରିବା ଆଦୌ କଷ୍ଟକର ନୁହେଁ ବୋଲି ପ୍ରମାଣ କରିଛନ୍ତି। ଦୁହେଁ ବିଲରେ ହଳ କରି ବାପାଙ୍କୁ ସହାୟତା କରୁଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଗାଁ ସ୍କୁଲରେ ସୌମ୍ୟରଞ୍ଜନ ୫ମ ଓ ସାନଭାଇ ଶ୍ରୀନିବାସ ୩ୟ ଶ୍ରେଣୀରେ ପଢ଼ନ୍ତି। କରୋନା ମହାମାରୀ ପାଇଁ ସ୍କୁଲରେ ପାଠପଢ଼ା ବନ୍ଦ ରହିଛି ା ବାପା ଜଣେ ଚାଷୀ। ଚାଷ କରି ଘର ଚଳାନ୍ତି ା ଏଣୁ ସ୍ମାର୍ଟଫୋନ୍‌ କିଣି ପାରୁ ନ ଥିବାରୁ ଦୁଇପୁଅ ଅନ୍‌ଲାଇନରେ ପାଠ ପଢିପାରୁ ନାହାନ୍ତି। ସେହିପରି ଟ୍ରାକ୍ଟରରେ ଚାଷ କରିବା ପାଇଁ ସମ୍ବଳ ନାହିଁ। ଏଣୁ ପାରମ୍ପରିକ ହଳ ଓ ଲଙ୍ଗଳରେ ଚାଷ କରି ଆସୁଛୁ ବୋଲି ସେ କୁହନ୍ତି ା
ସୌମ୍ୟରଞ୍ଜନ ଓ ଶ୍ରୀନିବାସ ବାପାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରି ବିଲରେ ଯେଉଁଭଳି ଭାବେ ବଳଦ ଓ ଲଙ୍ଗଳ ଧରି ହଳ କରୁଛନ୍ତି ତାହା ଦେଖଣାହାରିଙ୍କୁ ଚକିତ କରୁଛି। ଏହି ଦୁଇ ପିଲାଙ୍କ ଚାଷ ପ୍ରତି ଆଗ୍ରହ ଏବଂ ହଳ କରିବା କୌଶଳ ଅନେକଙ୍କୁ ବିସ୍ମିତ କରିଛି। ଆଜିକାର ପାଠପଢ଼ା ମହଙ୍ଗା ହୋଇଗଲାଣି। କାରଣ ଏଥିପାଇଁ ସ୍ମାର୍ଟଫୋନ୍‌ ଦରକାର। ଆମେ ଗରିବ ଲୋକ। ଏଣୁ କେଉଁଠୁ ସେମାନଙ୍କ ପାଇଁ ସ୍ମାର୍ଟଫୋନ୍‌ ଆଣିବି ବୋଲି ନବକିଶୋର କୁହନ୍ତି। ପାଠ ସମୟରେ ଘରେ ପଢୁଛୁ ା ଅନ୍ୟ ସମୟରେ ବାପାଙ୍କ ସହ ବିଲକୁ ଯାଇ ଚାଷ ଦେଖୁଛୁ। ଦେଖି ଦେଖି ଚାଷ କରିବା ଶିଖି ଗଲୁଣି। ଏଣୁ ହଳ ଧରି ଚାଷ କରୁଛୁ ବୋଲି ସୌମ୍ୟରଞ୍ଜନ ଓ ଶ୍ରୀନିବାସ କହିଛନ୍ତି। ସ୍କୁଲ ବନ୍ଦ ଅଛି, ଘରେ ବସି କ’ଣ କରିବୁ ସେଥିପାଇଁ ବାପାଙ୍କୁ ଚାଷ କାମରେ ସାହଯ୍ୟ କରୁଛୁ। ଏହି ଦୁଇଭାଇଙ୍କ ପାଠପଢ଼ାକୁ ପ୍ରଶାସନ ଗୁରୁତ୍ୱ ଦେଇ ସହାୟତା କରିବା ଉଚିତ ବୋଲି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଭରତ ଚନ୍ଦ୍ର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦିଲାଣି ପାକିସ୍ତାନ, ଚିନ୍ତାରେ ଚାଇନା! ଆମେରିକାର ଜବାବକୁ ନେଇ…

ନୂଆଦିଲ୍ଲୀ,୭।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସମ୍ପ୍ରତି ପିଓକେର ମାଟିରୁ ‘କଶ୍ମୀର ପାକିସ୍ତାନ ହେବ’ ସ୍ଲୋଗାନ ଦେଇଥିଲେ। ମଞ୍ଚ ପ୍ରସ୍ତୁତ ଥିଲା, କରତାଳି ହୋଇଥିଲା, ଏବଂ ଇସଲାମାବାଦ…

ଅଳଙ୍କାର ଦେକାନରୁ ଚେନ୍ ଚୋରି କଲା ପାରା; ଥଣ୍ଟରେ ନେଇ ବେକରେ ପିନ୍ଧିଲା, ତାପରେ…

ଜୟପୁର,୭।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ଖବର ସାମ୍ନାକୁ ଆସିଛି। ସାଧାରଣତଃ ଲୋକମାନେ ଚୋରି ଏବଂ ଡକାୟତି ରିପୋର୍ଟରେ ମଣିଷଙ୍କ କାର୍ଯ୍ୟ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ପଣ୍ୟାଗାର କେମିକାଲ ଗୋଦାମରୁ ଧୂଆଁ ନିର୍ଗତ: ସ୍ଥାନୀୟ ବାସିନ୍ଦାଙ୍କ ଆଖି, ନାକ ଜଳାପୋଡ଼ା

ମହାକାଳପଡ଼ା, ୭ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପାରାଦୀପ-ଚଣ୍ଡିଖୋଲ ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱ ମଶାକଣି ବଡ଼ଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ…

ବିଶ୍ୱ ଚାମ୍ପିୟନ ଟିମ ପାଇଁ ଭଣ୍ଡାର ଖୋଲିଦେଲା BCCI: ଏତିକି କୋଟି ଟଙ୍କାର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୭।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଭାରତ…

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ବଡି କ୍ୟାମେରା ପିନ୍ଧିବେ ଚଢ଼ାଉ ଟିମ୍‌, ପ୍ରମାଣ ଅଭାବରୁ ଖସି ପାରିବେନି ଅଭିଯୁକ୍ତ

ଭୁବନେଶ୍ୱର,୭ା୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ। ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

Bangladesh Elections: ବାଂଲାଦେଶୀ ହିନ୍ଦୁଙ୍କୁ ମିଳିବ ଆଶ୍ୱସ୍ତି! ଘୋଷଣା ପତ୍ରରେ ବଡ଼ କଥା କହିଲା BNP

ଢାକା,୭।୨: ବାଂଲାଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ଏହା ଭାରତ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri