ବିଦ୍ୟାଳୟ ପରିବେଶକୁ ସୁନ୍ଦର ସବୁଜ କରିବାକୁ ଶପଥ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅନ୍ତର୍ଗତ କଶ୍ରୁପଡ଼ାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଧୀର ବିଶିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଶ୍ରୁପଡ଼ା ବନପାଳ ବିଶିକେଶନ କରୁଆଁ, ଫରେଷ୍ଟଗାର୍ଡ ରାଜଲକ୍ଷ୍ମୀ ପ୍ରଧାନ ଓ ସୁଜାତା ବାଗ ଯୋଗଦେଇ ଚାରା ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଇଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀସ୍ମିତା ପ୍ରଧାନ, ,ଏନ୍‌ସିସି ଶିକ୍ଷକ ତିରମ ସୁନାନୀ ରେଡ୍‌କ୍ରସ ଶିକ୍ଷକ ଗୋବିନ୍ଦ ବ୍ରହ୍ମା ଓ ପିଇଟି ପ୍ରିୟଙ୍କା ବିଶିଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ଶକ୍ତି କ୍ଲବ,ଏନ୍‌ସିସି ଓ ଜୁନିୟର ରେଡ୍‌କ୍ରସର ଛାତ୍ରୀଛାତ୍ର ସାମିଲ ହୋଇ ବିଦ୍ୟାଳୟ ହତାରେ ଫଳ ଓ ଔଷଧୀୟ ତଥା ଛାୟା ପ୍ରଦାନକାରୀ ବୃକ୍ଷରୋପଣ କରିଥିଲେ। ଶିକ୍ଷକ ହେମନ୍ତ ପ୍ରଧାନ, ସତ୍ୟରଞ୍ଜନ ଜେନା, ଭୁବନ ମାଝୀ, ଧନଞ୍ଜୟ ମହାପାତ୍ର ଶିକ୍ଷୟତ୍ରୀ ଯାଜ୍ଞସେନୀ ମାଝୀ, ଜ୍ୟୋସ୍ନାମୟୀ ପୃଷ୍ଟି, ଶର୍ମିଷ୍ଠା ପ୍ରଧାନ ଓ କର୍ମଚାରୀ ବିଶ୍ୱନାଥ ରଣା, ସୁଶାନ୍ତ ସାହୁ ଓ ଦେବକୀ ନାଏକ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଶେଷରେ ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର ଓ ସ୍ବଚ୍ଛ ରଖିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଭଉଣୀ ଜ୍ୱାଇଁ ଘରକୁ ଯାଉଥିଲେ ପ୍ରଧାନଶିକ୍ଷକ, ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ଭବାନୀପାଟଣା,୫ା୧୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଲଗାଁ ପଞ୍ଚାୟତର କୁସୁମଦର ଗ୍ରାମ କେନାଲ ରାସ୍ତାରେ ଗୁରୁବାର ଏକ ପିକ୍‌ଅପ ଭ୍ୟାନ...

୨ ବିଦ୍ୟାଳୟରୁ ଲୁଟି ନେଲେ ସୋଲାର ଲାଇଟ୍‌

ପଲମ,୪ା୧୨(ଭିକାରି ଗଉଡ଼): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଗାଡ଼େବନ୍ଦ ପଞ୍ଚାୟତର ଗୁଣପୁର ପ୍ରାଥମିକ ବିଦ୍ୟାଳୟ ଓ ରାଣିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସୋଲାର...

୫ ଦିନରେ ୨ ଚାଷୀଙ୍କ ଧାନ କ୍ରୟ

ଭବାନୀପାଟଣା,୪।୧୨(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଗତ ନଭେମ୍ବର ୨୯ରୁ ଚଳିତ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଥିଲା। ପ୍ରଥମ କରି ଗୋଲାମୁଣ୍ଡା ବ୍ଲକ...

ନାବାଳିକାଙ୍କୁ ଘରକୁ ଖାଇବାକୁ ଡାକି ବଳାତ୍କାର, ଚିତ୍କାର କରିବାରୁ…

ଲାଞ୍ଜିଗଡ଼,୩ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri