ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମହାନଗର ନିଗମ ହେବ ପୁରୀ ଜଗନ୍ନାଥ ଧାମ

ଭୁବନେଶ୍ୱର,୪।୭: ପବିତ୍ର ରଥଯାତ୍ରା ଅବସରରେ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏପରିକି ପୁରୀ ସହରକୁ ନୂଆ ଢାଞ୍ଚାରେ ଗଡ଼ିବାର ଆବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀ ସୁନ୍ଦର, ସବୁଜ ଓ ବିକଶିତ ହେବ। ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶା ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପକ୍ଷେ ପୁରୀ ସହରରେ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ କେନ୍ଦ୍ର ରହିବ। ପରିସରରେ ୩୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପ୍ରତିଷ୍ଠା ହେବ। ଅଡିଟୋରିୟମରେ ପ୍ରତିଦିନ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ପ୍ରଦର୍ଶିତ ହେବ। ଅଡିଟୋରିୟମ ସହ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁକ୍ତାକାଶ ରଙ୍ଗମଞ୍ଚରେ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଦେଶର ଘଣ୍ଟାକ ପରେ ପ୍ରତ୍ୟାହାର କରିନେଲା ରେଭେନ୍ସା

ଭୁବନେଶ୍ୱର,୧୮।୭: ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ହେଲେ ନିର୍ଦ୍ଦେଶର...

ଫେରିବେ ବିରାଟ କୋହଲି! କ’ଣ କହୁଛନ୍ତି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ନେବା କଷ୍ଟକର,ଏହାକୁ ମାନିବାକୁ ପଡିବ। କିନ୍ତୁ ଏବେ ଏହି ଦୁଇ ମହାନ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାର...

ସରକାରୀ ଅର୍ଥ ହଡ଼ପ କରିବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ସରପଞ୍ଚ

ଉଦଳା,୧୮।୭: ଆକ୍ସନରେ ପଞ୍ଚାୟତିରାଜ ବିଭାଗ। ମୟୁରଭଞ୍ଜ ଜିଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତ ସରପଞ୍ଚ ବସେନ ମାରାଣ୍ଡିଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯାଇଛି।...

ଜେଲ ଭିତରେ ଏହି ସବୁ ଖାଦ୍ୟ ଖାଉଛନ୍ତି ସମୀର ସାର୍‌ , ହେଲେ…

ଭୁବନେଶ୍ୱର,୧୮।୭: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ବାଲେଶ୍ବର ଜେଲ ଭିତରେ ଅଛନ୍ତି ପୂର୍ବତନ ଅଧ୍ୟାପକ ସମୀର ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ...

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।...

FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱରରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ବାଲେଶ୍ୱର,୧୮ା୭(ବାଞ୍ଛାନିଧି ଦେ): ଫକୀର ମୋହନ ମହାବିଦ୍ୟାଳୟର  ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ବାଲେଶ୍ୱରେ ଶୁକ୍ରବାର ଆସି ପହଞ୍ଚିଛି UGC...

ପାକିସ୍ତାନ-ତୁର୍କୀ ସହ ମିଶି ବଡ ଗେମ୍‌ ପ୍ଲାନ୍‌ କରୁଛନ୍ତି ୟୁନୁସ୍‌: ଟେନ୍‌ସନ୍‌ରେ ଭାରତ

ଢାକା,୧୮।୭: ବାଂଲାଦେଶରେ ବିଦ୍ରୋହ ପରେ, ସରକାରଙ୍କ ମନୋଭାବ ଦେଶ ଭିତରେ ଏବଂ ବାହାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ମହମ୍ମଦ ୟୁନୁସ ସରକାରଙ୍କ ଅଧୀନରେ, ବାଂଲାଦେଶ ଘରେ...

ତୃତୀୟ ବିଶ୍ୱଯୁଦ୍ଧ ହେବା ନିଶ୍ଚିତ! ପୂର୍ବତନ ରୁଷିଆ ରାଷ୍ଟ୍ରପତିଙ୍କ ଧମକକୁ ନେଇ ହଇଚଇ

ମସ୍କୋ,୧୮।୭: ପୂର୍ବତନ ରୁଷିଆ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରୀ ମେଦଭେଦେବ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ବିପଦକୁ ଇଙ୍ଗିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri