Categories: ଜାତୀୟ

ଦୟାକରି ଦିଗ୍‌ବିଜୟଙ୍କୁ ଅଟକାନ୍ତୁ; ଚିଠିରେ ଏମିତି ଲେଖି ସୋନିଆଙ୍କୁ ପଠାଇଲେ କଂଗ୍ରେସ ନେତା

ମୁମ୍ବାଇ,୧୧।୭: ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ତାଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କୁ ହିନ୍ଦୁ ବିରୋଧୀ ବିବୃତ୍ତି ଦେବାରୁ ଅଟକାଇବାକୁ ଅନୁରୋଧ କରିଛନ୍ତି। ବିଶ୍ୱବନ୍ଧୁ ନାମକ ଏହି ନେତା ଅଭିଯୋଗ କରିଛନ୍ତି ଯେ, ଗତ ୧୮ ବର୍ଷ ଧରି ଦିଗ୍‌ବିଜୟ ସିଂ କ୍ରମାଗତ ଭାବରେ ହିନ୍ଦୁ ବିରୋଧୀ ବିବୃତ୍ତି ଦେଉଛନ୍ତି। ଏଭଳି ପରିସ୍ଥିତିରେ ଦଳର ନାଁ ବଦ୍‌ନାମ ହେଉଛି। ବିଶ୍ୱବନ୍ଧୁଙ୍କ କହିବାନୁସାରେ, ଦଳ ତାଙ୍କୁ ତୁରନ୍ତ ଚୁପ୍‌ ରହିବାକୁ କହିବା ଉଚିତ୍‌ ଏବଂ ଯଦି ଏହା ନ ହୁଏ, ତେବେ ଦଳକୁ ଅଧିକ କଷ୍ଟ ଭୋଗିବାକୁ ପଡ଼ିବ।
ବିଶ୍ୱବନ୍ଧୁ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ, ଦିଗ୍‌ବିଜୟ ୨୦୦୩ରେ ମଧ୍ୟପ୍ରଦେଶ ଶାସନରୁ ହଟିବା ପରେ କ୍ରମାଗତ ଭାବରେ ହିନ୍ଦୁ ଭୋଟରଙ୍କ ଉପରେ ପ୍ରତିକ୍ରିୟା ଦେଇ ଆସୁଛନ୍ତି। ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଭୋଟରଙ୍କୁ ଖୁସି କରିବା ପାଇଁ ହିନ୍ଦୁଙ୍କ ଭାବନାକୁ ଆଘାତ କରିବାକୁ ଦିଗ୍‌ବିଜୟ ନିରନ୍ତର ଚେଷ୍ଟା କରୁଛନ୍ତି। ଏସବୁ ସତ୍ତ୍ୱେ ତାଙ୍କୁ ରାଜ୍ୟ ସଭାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ପଦବୀ ତଥା ସଦସ୍ୟତା ପ୍ରଦାନ ଭୋଟରଙ୍କ ମାନସିକତା ଉପରେ ଭୁଲ ପ୍ରଭାବ ପକାଉଛି। ଦୟାକରି ମୋର ଶବ୍ଦକୁ ଗମ୍ଭୀରତାର ସହ ନିଅ ଏବଂ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ବିଶ୍ୱବନ୍ଧୁ ଚିଠିଲେ ଉଲ୍ଲେଖ କରିଛନ୍ତି।

Share