BAPS ହିନ୍ଦୁମନ୍ଦିର ଯିବା ପୂର୍ବରୁ ପଢ଼ିନିଅନ୍ତୁ ଏହି ଗାଇଡ୍‌ଲାଇନ୍‌, ଏମିତି ଡ୍ରେସ୍‌ ପିନ୍ଧି ଯିବା ମନା

ଆବୁଧାବି,୩ା୩: ଆବୁଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିର ପ୍ରତ୍ୟେକ ମଙ୍ଗଳବାରଠାରୁ ଶନିବାର ସକାଳ୯ରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଦୟାକରି ଧ୍ୟାନ ଦିଅନ୍ତୁ ଯେ, ପ୍ରତି ସୋମବାର ମନ୍ଦିର ବନ୍ଦ ରହିବ। ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର-ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମମ୍‌ ସନ୍ଥ (BAPS) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଫେବୃଆରୀ ୧୪ରେ ଉଦ୍‌ଘାଟନ କରାଯାଇଥିଲା।

ଏହି ମନ୍ଦିର ପକ୍ଷରୁ ଏହାର ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇ ସାଧାରଣ ଲୋକଙ୍କ ସହ ମନ୍ଦିର ବିଷୟରେ ସୂଚନା ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଅଛି, ‘ଅପେକ୍ଷାର ଅନ୍ତ ଘଟିଛି। ଆବୁଧାବି ମନ୍ଦିର ବର୍ତ୍ତମାନ ସମସ୍ତ ପରିଦର୍ଶକ ଏବଂ ପୂଜକଙ୍କ ପାଇଁ ଖୋଲା ଅଛି। ଖୋଲିବା ସମୟ: ମଙ୍ଗଳବାରଠାରୁ ରବିବାର: ସକାଳ ୯ରୁ ରାତି ୮ ଏବଂ ପ୍ରତ୍ୟେକ ସୋମବାର ମନ୍ଦିର ବନ୍ଦ ରହିବ।

ଏହା ବ୍ୟତୀତ ଭକ୍ତ ତଥା ପରିଦର୍ଶକମାନଙ୍କ ପାଇଁ ଏହି ମନ୍ଦିର ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଯାହା ମନ୍ଦିର ପରିଦର୍ଶନ କରିବା ସମୟରେ ପାଳନ କରିବା ବାଧ୍ୟତାମୂଳକ ହେବ। ଏଥିରେ ଫଟୋଗ୍ରାଫି ସହ ଜଡ଼ିତ ସ୍ବତନ୍ତ୍ର ଡ୍ରେସ୍‌ କୋଡ ଏବଂ ନିୟମ ଅନୁସରଣ କରିବା ଆବଶ୍ୟକ ହେବ। ସମସ୍ତ ନିର୍ଦ୍ଦେଶାବଳୀ ମନ୍ଦିରର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଶେୟାର କରାଯାଇଛି। ଏହି ସ୍ଥାନକୁ ପରିଦର୍ଶନରେ ଯିଏ ଆସିବେ ତାଙ୍କର ଯାତା ନିରାପଦ, ଉପଭୋଗ୍ୟ ଏବଂ ସମ୍ମାନନୀୟ ହେବ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଗୃହପାଳିତ ପଶୁମାନଙ୍କୁ ମନ୍ଦିର ପରିସରରେ ଅନୁମତି ଦିଆଯିବନି। ପରିଦର୍ଶକମାନଙ୍କୁ ଛୁରି, ଖାଦ୍ୟ ସାମଗ୍ରୀ, ଲଗେଜ, ଡ୍ରୋନ୍‌, ସିଗାରେଟ, ପାନୀୟ, ସାଇକେଲ କିମ୍ବା ସ୍କାଏଟ ବୋର୍ଡ ମଧ୍ୟ ନେବାକୁ ଅନୁମତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri