ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ ଇଶାନ କିଶନ ସ୍ବୀକାର କରିଛନ୍ତି। ୫ ଦିନିଆ ଦୁଲୀପ ଟ୍ରଫି ଫାଇନାଲ ରବିବାରଠାରୁ ଚେନ୍ନାଇରେ ଆରମ୍ଭ ହେବ। ୧୦ ତାରିଖରେ ମ୍ୟାଚ୍‌ ଶେଷ ହେବାକୁ ଥିବା ବେଳେ ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ୧୩ ତାରିଖରେ ନୂଆଦିଲ୍ଲୀରେ ଖେଳାଯିବ।

ମ୍ୟାଚ୍‌ ଖେଳିବା ପରେ ହଠାତ୍‌ ଟି୨୦ ଖେଳିବା କଷ୍ଟକର। କାରଣ ସେହି ଫର୍ମାଟରେ ପ୍ରଥମ ବଲରୁ ଆଟାକ କରିବାକୁ ହିଏ। ତା’ ପରେ ଘରୋଇ ଦଳ ସହ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ଭିନ୍ନ ଭୂମିକା ନିର୍ବାହ କରିବା କଷ୍ଟକର। ଏଣୁ ଏହା ଚାଲେଞ୍ଜିଂ ହେବ। ଏଠାରେ ୫ ଦିନ ଖେଳିବା ପରେ ଆମେ ସିଧାସଳଖ ଦଳରେ ଯୋଗଦେବୁ। ସେଠାରୁ ଆମେ ଦିଲ୍ଲୀ ଯିବୁ। ସେଠାରେ ଆମକୁ ଦୁଇ ଦିନ ବ୍ରେକ ମିଳିବ। ଆମେ ପ୍ରାକ୍ଟିସ ମଧ୍ୟ କରିପାରୁ। ଏହା ଚାଲେଞ୍ଜିଂ ହେବ। ଆମେ ଯଥେଷ୍ଟ ଘରୋଇ ମ୍ୟାଚ୍‌ ଓ ପ୍ରତ୍ୟେକ ପରିସ୍ଥିତି ଖେଳିଛୁ। ଏଣୁ ଆମେ ଆଡ୍‌ଜଷ୍ଟ କରିପାରିବୁ। ଆମକୁ ଜଣାଅଛି, ଆମ ମାଇଣ୍ଡସେଟ୍‌କୁ କେଉଁ ଭଳି ପରିବର୍ତ୍ତନ କରିବାର ଅଛି। ଆମେ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରେ ଲଗାତର ମ୍ୟାଚ୍‌ ଖେଳିଛୁ। ଏହା ଆମ ପାଇଁ ନୂଆକଥା ନୁହେଁ ଏବଂ ପେସାଦାର କ୍ରିକେଟର ହୋଇଥିବାରୁ ଫର୍ମାଟ ଓ କଣ୍ଡିଶନ ସହ ଖାପ ଖୁଆଇବା ଆମ କାମ। ପୂର୍ବରୁ କାର୍ଯ୍ୟସୂଚୀ ଜଣାଥିବାରୁ ଆମେ କୌଣସି ବାହାନା କରିପାରିବୁ ନାହିଁ“ ବୋଲି ଇଷ୍ଟ ଜୋନ ଅଧିନାୟକ ଇଶାନ କିଶନ ଫାଇନାଲ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଏହି ଅବସରରେ ସାଉଥ୍‌ ଜୋନ ଅଧିନାୟକ ତିଲକ ବର୍ମା, ଯିଏ କି ଭାରତୀୟ ଦଳର ଟି୨୦ ଉପ ଅଧିନାୟକ ମଧ୍ୟ ଉପସ୍ଥିତ ଥିଲେ।

Share