Categories: ଫୁରସତ

ଜଳନ୍ତା ନିଆଁରେ ଖେଳ, ଜୀବନ ସହିତ ଲାଗେ ବାଜି…

ମାଦ୍ରିଦ୍‌: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍‌ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଜଳନ୍ତା ନିଆଁ ସହିତ ଏହି ଖେଳରେ ଜୀବନ ସହ ବାଜି ଲାଗେ । ଗତ ୫ ଶହ ବର୍ଷ ଧରି ଏଠାରେ ଏହି ଖେଳ ଅନୁଷ୍ଠିତ ହୋଇଆସୁଛି। ସ୍ଥାନୀୟ ସେନ୍‌ ବାର୍ଟୋଲୋମ ଡେ ଲୋସ୍‌ ପିନରେସ୍‌ ଗାଁରେ ଆୟୋଜିତ ଲ୍ୟୁମିନିରେସ୍‌ ଉତ୍ସବରେ ଏଭଳି ଖେଳ ଅନୁଷ୍ଠିତ ହୋଇଥାଏ। ଏହି ଗାଁର ଜନ ସଂଖ୍ୟା ୬ରୁ ୭ ଶହ ମଧ୍ୟରେ। ଏହି ଉତ୍ସବ ଅବସରରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଘୋଡ଼ା ସବାରଙ୍କୁ ଜଳନ୍ତା ନିଆଁ ମଧ୍ୟରେ ପ୍ରବେଶ କରିବାକୁ ପଡ଼ିଥାଏ। ଧୂଆଁ ଏବଂ ନିଆଁ ଧାସରେ ଘୋଡ଼ା ସୁସ୍ଥ ରହିବା ସହିତ ଅଧିକ ଦିନ ବଞ୍ଚି ରହିଥାଏ ବୋଲି ଗାଁ ଲୋକେ କୁହନ୍ତି। ଗାଁରେ ବାସ କରୁଥିବା ସନ୍ଥ ଆନ୍ଥୋନୀଙ୍କ ସ୍ମୃତିରେ ପ୍ରତିବର୍ଷ ଜାନୁୟାରୀରେ ଏହା ପାଳିତ ହୋଇଥାଏ। ତେବେ ନିଆଁରେ ପ୍ରବେଶ କରିବା ଦ୍ୱାରା ଘୋଡ଼ା ଶରୀରରେ ଫୋଟକା ହେଉଥିବାରୁ ଏବେ ଏହି ଉତ୍ସବକୁ ପଶୁପ୍ରେମୀମାନେ ଏବେ ବିରୋଧ କରୁଛନ୍ତି।

Share