Categories: ଖେଳ

କ୍ରିସ୍‌ ଗେଲ୍‌-ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଲିଆଣ୍ଡର ପେସ୍‌; ଲିଭ୍‌ ଇନ୍‌ରେ ଥାଇ ବାପା ହୋଇଛନ୍ତି ଏସବୁ ଖେଳାଳି; ପୁରା ତାଲିକା…

ନୂଆଦିଲ୍ଲୀ,୨୧।୧୦: ଖେଳ ଜଗତରେ ଏଭଳି କିଛି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ବିବାହ ନ କରି ବାପା ହୋଇଛନ୍ତି। ଅର୍ଥାତ ବିବାହ ପୂର୍ବରୁ ଲିଭ୍‌-ଇନ୍‌ରେ ରହୁଥିବା ସମୟରେ ଏମାନେ ବାପା ହୋଇଥିଲେ। ଏହି ତାଲିକାରେ ଅନେକ ବଡ଼ ଖେଳାଳିଙ୍କ ନାମ ସାମିଲ ରହିଛି।

କ୍ରିକେଟରଙ୍କ ବିଷୟରେ କଥା ହେଲେ କ୍ରିସ୍‌ ଗେଲ, ଡେଭିଡ୍‌ ଓ୍ବାର୍ନର ତାଲିକାରେ ଅଛନ୍ତି। ସେହିଭଳି ଟେନିସ ଷ୍ଟାର ଲିଆଣ୍ଡର ପେସ ମଧ୍ୟ ତାଲିକାରେ ରହିଛନ୍ତି। ସବିଶେଷ ଜାଣନ୍ତୁ:

କ୍ରିସ ଗେଲ: ଗେଲ ଏବଂ ତାଙ୍କ ପାଟର୍ନର ନତାଶା ଦୀର୍ଘଦିନ ଧରି ସମ୍ପର୍କରେ ଥିଲେ। ୨୦୧୬ରେ ସେମାନଙ୍କର ଏକ କନ୍ୟା ଜନ୍ମ ହୋଇଥିଲା। ମାତ୍ର ସେତେବେଳକୁ ସେମାନେ ବିବାହ କରି ନ ଥିଲେ। ଝିଅ ଜନ୍ମ ହେବା ପରେ ଉଭୟ ବିବାହ କରିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା: ଅଲରାଉଣ୍ଡର ହାର୍ଦ୍ଦିକ ଏହି ତାଲିକାରେ ଏକମାତ୍ର ଭାରତୀୟ କ୍ରିକେଟର। ଜାନୁୟାରୀ ୧ରେ ସେ ସର୍ବିଆ ବାସିନ୍ଦା ବଲିଉଡ୍‌ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ୍‌ଙ୍କ ସହ ଦୁବାଇରେ ନିର୍ବନ୍ଧ କରିଥିଲେ। ଜୁଲାଇ ୨୦୨୦ରେ ପ୍ରେମିକା ଗର୍ଭବତୀ ଥିବା ନେଇ ସେ ଖୁଲାସା କରିଥିଲେ। ପରେ ସେମାନେ ବିବାହ କରିନେଇଥିଲେ। ବିବାହ ପରେ ପିଲାର ନାମ ସେମାନେ ଅଗସ୍ତ୍ୟା ରଖିଛନ୍ତି।

ଡେଭିଡ୍‌ ଓ୍ବାର୍ନର: ଅଷ୍ଟ୍ରେଲିଆର ଏହି ଷ୍ଟାର କ୍ରିକେଟର ପ୍ରଥମେ ଲିଭ୍‌-ଇନ୍‌ ରିଲେଶନସିପରେ ଥିଲେ। ଓ୍ବାର୍ନର ଏବଂ ତାଙ୍କ ପାର୍ଟନର ମଡେଲ କେଣ୍ଡିtସ ଏନ୍‌ ଫୋଲ୍ଜନ ପରସ୍ପରକୁ ୬ ବର୍ଷ ଡେଟ୍‌ କରିଥିଲେ। ୨୦୧୪ରେ ଉଭୟଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ସେମାନେ ୨୦୧୫ରେ ବିବାହ କରିଥିଲେ। ବର୍ତ୍ତମାନ ଉଭୟଙ୍କ ୩ ଝିଅ ଅଛନ୍ତି।

ଜୋ ରୁଟ୍‌: ଇଂଲଣ୍ଡ ଅଧିନାୟକ ରୁଟ୍‌ ଏହି ତାଲିକାରେ ଅଛନ୍ତି। ରୁଟ୍‌ ବିବାହ ନ କରି ବାପା ହୋଇଥିଲେ। ୨୦୧୪ରେ ସେ କୈରୀ କାର୍‌ଟେଲଙ୍କୁ ଡେଟ୍‌ କରୁଥିଲେ। ମାର୍ଚ୍ଚ ୨୦୧୬ରେ ଉଭୟ ନିର୍ବନ୍ଧ କରିଥିଲେ। ହେଲେ ପରେ ତାଙ୍କର ପୁଅ ଜନ୍ମ ହୋଇଥିଲା। ପରେ ସେମାନେ ବିବାହ କରିଥିଲେ।

ଏହାଛଡ଼ା ଓ୍ବେଷ୍ଟଇଣ୍ଡିଜର ଦିଗ୍ଗଜ କ୍ରିକେଟର ରିଚାର୍ଡସ, ଲିଆଣ୍ଡର ପେସ,ଫୁଟବଲର୍‌ ଗେରାର୍ଡ ପିକ୍‌ ମଧ୍ୟ ଲିଭ୍‌-ଇନ୍‌ରେ ଥାଇ ବାପା ହୋଇଛନ୍ତି।

Share