Posted inଖେଳ

କ୍ରିସ୍‌ ଗେଲ୍‌-ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଲିଆଣ୍ଡର ପେସ୍‌; ଲିଭ୍‌ ଇନ୍‌ରେ ଥାଇ ବାପା ହୋଇଛନ୍ତି ଏସବୁ ଖେଳାଳି; ପୁରା ତାଲିକା…

ନୂଆଦିଲ୍ଲୀ,୨୧।୧୦: ଖେଳ ଜଗତରେ ଏଭଳି କିଛି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ବିବାହ ନ କରି ବାପା ହୋଇଛନ୍ତି। ଅର୍ଥାତ ବିବାହ ପୂର୍ବରୁ ଲିଭ୍‌-ଇନ୍‌ରେ ରହୁଥିବା ସମୟରେ ଏମାନେ ବାପା ହୋଇଥିଲେ। ଏହି ତାଲିକାରେ ଅନେକ ବଡ଼ ଖେଳାଳିଙ୍କ ନାମ ସାମିଲ ରହିଛି।

କ୍ରିକେଟରଙ୍କ ବିଷୟରେ କଥା ହେଲେ କ୍ରିସ୍‌ ଗେଲ, ଡେଭିଡ୍‌ ଓ୍ବାର୍ନର ତାଲିକାରେ ଅଛନ୍ତି। ସେହିଭଳି ଟେନିସ ଷ୍ଟାର ଲିଆଣ୍ଡର ପେସ ମଧ୍ୟ ତାଲିକାରେ ରହିଛନ୍ତି। ସବିଶେଷ ଜାଣନ୍ତୁ:

କ୍ରିସ ଗେଲ: ଗେଲ ଏବଂ ତାଙ୍କ ପାଟର୍ନର ନତାଶା ଦୀର୍ଘଦିନ ଧରି ସମ୍ପର୍କରେ ଥିଲେ। ୨୦୧୬ରେ ସେମାନଙ୍କର ଏକ କନ୍ୟା ଜନ୍ମ ହୋଇଥିଲା। ମାତ୍ର ସେତେବେଳକୁ ସେମାନେ ବିବାହ କରି ନ ଥିଲେ। ଝିଅ ଜନ୍ମ ହେବା ପରେ ଉଭୟ ବିବାହ କରିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା: ଅଲରାଉଣ୍ଡର ହାର୍ଦ୍ଦିକ ଏହି ତାଲିକାରେ ଏକମାତ୍ର ଭାରତୀୟ କ୍ରିକେଟର। ଜାନୁୟାରୀ ୧ରେ ସେ ସର୍ବିଆ ବାସିନ୍ଦା ବଲିଉଡ୍‌ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ୍‌ଙ୍କ ସହ ଦୁବାଇରେ ନିର୍ବନ୍ଧ କରିଥିଲେ। ଜୁଲାଇ ୨୦୨୦ରେ ପ୍ରେମିକା ଗର୍ଭବତୀ ଥିବା ନେଇ ସେ ଖୁଲାସା କରିଥିଲେ। ପରେ ସେମାନେ ବିବାହ କରିନେଇଥିଲେ। ବିବାହ ପରେ ପିଲାର ନାମ ସେମାନେ ଅଗସ୍ତ୍ୟା ରଖିଛନ୍ତି।

ଡେଭିଡ୍‌ ଓ୍ବାର୍ନର: ଅଷ୍ଟ୍ରେଲିଆର ଏହି ଷ୍ଟାର କ୍ରିକେଟର ପ୍ରଥମେ ଲିଭ୍‌-ଇନ୍‌ ରିଲେଶନସିପରେ ଥିଲେ। ଓ୍ବାର୍ନର ଏବଂ ତାଙ୍କ ପାର୍ଟନର ମଡେଲ କେଣ୍ଡିtସ ଏନ୍‌ ଫୋଲ୍ଜନ ପରସ୍ପରକୁ ୬ ବର୍ଷ ଡେଟ୍‌ କରିଥିଲେ। ୨୦୧୪ରେ ଉଭୟଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ସେମାନେ ୨୦୧୫ରେ ବିବାହ କରିଥିଲେ। ବର୍ତ୍ତମାନ ଉଭୟଙ୍କ ୩ ଝିଅ ଅଛନ୍ତି।

ଜୋ ରୁଟ୍‌: ଇଂଲଣ୍ଡ ଅଧିନାୟକ ରୁଟ୍‌ ଏହି ତାଲିକାରେ ଅଛନ୍ତି। ରୁଟ୍‌ ବିବାହ ନ କରି ବାପା ହୋଇଥିଲେ। ୨୦୧୪ରେ ସେ କୈରୀ କାର୍‌ଟେଲଙ୍କୁ ଡେଟ୍‌ କରୁଥିଲେ। ମାର୍ଚ୍ଚ ୨୦୧୬ରେ ଉଭୟ ନିର୍ବନ୍ଧ କରିଥିଲେ। ହେଲେ ପରେ ତାଙ୍କର ପୁଅ ଜନ୍ମ ହୋଇଥିଲା। ପରେ ସେମାନେ ବିବାହ କରିଥିଲେ।

ଏହାଛଡ଼ା ଓ୍ବେଷ୍ଟଇଣ୍ଡିଜର ଦିଗ୍ଗଜ କ୍ରିକେଟର ରିଚାର୍ଡସ, ଲିଆଣ୍ଡର ପେସ,ଫୁଟବଲର୍‌ ଗେରାର୍ଡ ପିକ୍‌ ମଧ୍ୟ ଲିଭ୍‌-ଇନ୍‌ରେ ଥାଇ ବାପା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri