ଖେଳାଳିଙ୍କ ଗୁରୁ ଦକ୍ଷିଣା, କୋଚ୍‌ଙ୍କ ପାଇଁ ନିର୍ମାଣ କରୁଛନ୍ତି ବିଳାସପୂର୍ଣ୍ଣ କୋଠା…

ଗୁରୁଦାସପୁର, ୨୬।୪ : ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେକ ଖେଳାଳୀ। କ୍ରୀଡାକୁ ଜୀବନ୍ତ ରଖିବା ପାଇଁ ଶହ ଶହ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ତାଲିମ ଦେଇଥିବାକୋଚ ରେସଲର ସେବୁ ଦାରଗାବାଦଙ୍କୁ ଦକ୍ଷିଣା ଦେବାକୁ ଖେଳାଳିମାନେ ଅଣ୍ଟା ଭିଡ଼ିଛନ୍ତି। ସେମାନେ ମଙ୍ଗଳବାର, କାନାଡାର କୈଲଗରିରେ ରହୁଥିବା ଗୁରୁଓ୍ବେଜ ସିଂ ମାନ ରେସଲରଙ୍କ ଗାଁ ଦାରଗାବାଦରେ ପହଞ୍ଚି ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କାର ଗୁରୁ ଦକ୍ଷିଣା ପ୍ରଦାନ କରିଛନ୍ତି।

ବିଦେଶରେ ରହୁଥିବା ଜଣେ କବାଡି ଖେଳାଳିମାନେ କୋଚ୍‌ ସେବୁଙ୍କ ଘର ନିର୍ମାଣ ପାଇଁ ଟଙ୍କା ଜମା କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେମାନେ ୧୫ ଲକ୍ଷ ଟଙ୍କା ଜମା କରୁଛନ୍ତି। ସିଧାସଳଖ କାନାଡାରୁ ଫେରି କୋଚ୍‌ଙ୍କ ଗାଁରେ ପହଞ୍ଚିଥିବା ଗୁରୁବେଜ ସିଂ କହିଛନ୍ତି ଯେ ପଞ୍ଜାବକୁ ଶହ ଶହ କବାଡି ଖେଳାଳି ଦେଇଥିବା ସେବୁ ରେସଲରଙ୍କ ଘର ନିର୍ମାଣ ଲାଗି ଅନ୍ତର୍ଜାତୀୟ କବାଡି ଖେଳାଳି ଅମୃତପାଲ ସିଂ ଅର୍ଲିିଭନ୍ନଙ୍କ ସହଯୋଗରେ ଆରମ୍ଭ ହୋଇଛି। ଗୁରୁବେଜ ସିଂ କହିଛନ୍ତି ଯେ ଯେତେବେଳେ ସେବୁ କାନାଡାର କବାଡି ଖେଳିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ କାନାଡାରେ ରହିବାର ଅଫର ମଧ୍ୟ ମିଳିଥିଲା। ମାତ୍ର ସେ କାନାଡାରେ ରହିବା ପରିବର୍ତ୍ତେ ନିଜ ଦେଶକୁ ଫେରି ପଞ୍ଜାବର ଯୁବକମାନଙ୍କୁ କବାଡି ତାଲିମ ଦେଇଥିଲେ।

କବାଡି କୋଚ୍‌ ସେବୁ ପେହଲୱାନ କହିଛନ୍ତି ଯେ ବିଦେଶରେ ବାସଥିବା କବାଡି ଖେଳାଳିମାନେ ତାଙ୍କର ବିଳାସପୂର୍ଣ୍ଣ ଘର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ କରୁଛନ୍ତି। ସେ ଗର୍ବିତ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ କବାଡି ଖେଳାଳିମାନେ ବର୍ତ୍ତମାନ ବିଦେଶରେ ରହି ଦେଶ ପାଇଁ ଗୌରବ ଆଣୁଛନ୍ତି। ସେ କହିଛନ୍ତି ଯେ ସମୟ ସମୟରେ ସରକାର କବାଡି ଖେଳାଳିଙ୍କ ପ୍ରତି ଦୃଷ୍ଟି ନେଉନାହାଁନ୍ତି। ଯେଉଁଥିପାଇଁ ଖେଳାଳିମାନେ ନିରାଶ ହେଉଛନ୍ତି। ଘର ନିର୍ମାଣରେ ଗୁରୁବେଜ ସିଂଙ୍କ ବ୍ୟତୀତ ଅନ୍ତର୍ଜାତୀୟ ଖେଳାଳି ମଣିନ୍ଦର ଚକକି ରାମଦାସ, ଗୁରୁଜନ୍ତ ଖୌରା, ସିମର, ତେଜବୀର ସିଂ ସରପଞ୍ଚ, ରେସଲର ରାଜିନ୍ଦର ସିଂ ପ୍ରମୁଖ ସହଯୋଗ କରୁଛନ୍ତି।

Share