ହୋଟେଲ୍‌ରୁ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଖେଳାଳି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ପୁଣି ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ। ଏହି ମ୍ୟାଚ୍‌କୁ ନେଇ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ମ୍ୟାଚ୍‌ ପାଇଁ ଦୁଇ ଦଳର ଖେଳାଳି ମେ’ ଫେୟାର୍‌ ହୋଟେଲ ଛାଡି ବାରବାଟୀ ଷ୍ଟାଡିୟମ ଅଭିମୁଖେ ବାହାରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦଳର ଖେଳାଳିଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଷ୍ଟାଡିୟମକୁ ନିଆଯାଉଛି।
ସୂଚନାଯୋଗ୍ୟ,ଭାରତ ଏବଂ ଦକ୍ଷିଣ ଆଫିକ୍ରା ମଧ୍ୟରେ ଆଜି ସା ୭ଟାରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ଅପରାହ୍ନ ୩ଟାରୁ ଗେଟ ଖୋଲିବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି ଦର୍ଶକ। ଗାଇଡଲାଇନ ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ଅନୁମତି ମିଳୁଛି।