Categories: ଖେଳ

କ୍ରିକେଟ୍‌ ମ୍ୟାଚ୍‌ ଛାଡି ଚୋର ଧରିବାକୁ ଦୌଡିଲେ ଖେଳାଳି: ଆଉ ତା’ପରେ…

ଲଣ୍ଡନ,୨୮।୭: କ୍ରିକେଟ ପଡ଼ିଆରେ ଏପରି ଅନେକ ଘଟଣା ନିଶ୍ଚୟ ଘଟେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର କିଛି କ୍ରିକେଟ ପଡିଆରେ ଏକ ଭିନ୍ନ ଘଟଣା ଘଟିଛି, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନ ଥିବେ। ଏକ କ୍ରିକେଟ ମ୍ୟାଚ ଚାଲିଥିବାବେଳେ ଉଭୟ ଦଳର ଖେଳାଳିମାନେ ଚୋର ଧରିବା ପାଇଁ ଦୌଡିବାକୁ ଲାଗିଲେ। ହଁ, ଏହା ଶୁଣିବା ଅଜବ ଲାଗୁଛି କିନ୍ତୁ ଇଂଲଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଇଂଲଣ୍ଡରେ ଖେଳାଯାଉଥିବା ଚେରୱେଲ ଲିଗ କ୍ରିକେଟ ମ୍ୟାଚ ସମୟରେ ଏହି ଘଟଣା ଘଟିଛି। ହାରକୋଟର୍ର୍ କ୍ରିକେଟ କ୍ଲବ ଏବଂ ୱୋଲଭରକଟ କ୍ଲବ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିଲା। ଏହି ମ୍ୟାଚ ସମୟରେ ଜଣେ ବ୍ୟକ୍ତି ପଡିଆ ନିକଟରେ ଥିବା ଏକ ବେଞ୍ଚରେ ବସିଥିବାର ନଜର ଆସିଥିଲେ। ଯେତେବେଳେ ଖେଳାଳିମାନେ ଏହା ଦେଖିଲେ, ଅନେକ ଖେଳାଳି ଏହି ବ୍ୟକ୍ତିଙ୍କ ନିକଟକୁ ପ୍ରଶ୍ନ ପଚାରିବାକୁ ଗଲେ । ସେହି ବ୍ୟକ୍ତି ଯେତେବେଳେ ଖେଳାଳିମାନେ ତାଙ୍କ ପାଖକୁ ଆସୁଥିବାର ଦେଖିଲେ, ସେ ଭୟଭୀତ ହୋଇ ସେଠାରୁ ଦୌଡ଼ିବାକୁ ଲାଗିଲେ। ଏହା ଦେଖି ଉଭୟ ଦଳର ଖେଳାଳିମାନେ ଦୌଡ଼ିବା ଆରମ୍ଭ କଲେ ଏବଂ ତାଙ୍କୁ ଧରିବା ପରେ ହିଁ ନିଶ୍ୱାସ ନେଇଥିଲେ। କୁହାଯାଉଛି ଯେ ଏହି ବ୍ୟକ୍ତି ଖେଳାଳିଙ୍କ ୱାଲେଟରୁ ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିଲେ।
ଷ୍ଟାଣ୍ଟନ ହାରକୋର୍ଟ କ୍ରିକେଟ କ୍ଲବ ଅଧିନାୟକ ରିୟାନ ଭେଷ୍ଟି ସହ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ରିୟାନ କହିଛନ୍ତି ଯେ ଏହି ଘଟଣା ପରେ ମ୍ୟାଚ କିଛି ସମୟ ପାଇଁ ବାତିଲ ହୋଇଯାଇଥିଲା। ଯାହା ଠିକ ନୁହେଁ, କିନ୍ତୁ ଆମକୁ ସେହି ବ୍ୟକ୍ତିଙ୍କୁ ଯେକୌଣସି ପରିସ୍ଥିତିରେ ଅଟକାଇବାକୁ ପଡିଥିଲା। ଫେମସ ଭ୍ୟାଲି ପୋଲିସ କହିଛି ଯେ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବୟସ ୩୨ ବର୍ଷ ଏବଂ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

Share